ମହାରାଷ୍ଟ୍ର ଅହମଦନଗର ହେବ ଅହଲ୍ୟାନଗର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Published By : Prameya-News7 Bureau | May 31, 2023 IST

ମୁମ୍ବାଇ: ମହାରାଷ୍ଟ୍ର ଅହମଦନଗର ନାଁ ବଦଳାଇ ଅହଲ୍ୟାନଗର ନାଁରେ ନାମିତ କରାଯିବ। ବୁଧବାର ସନ୍ଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଓ ମହାରାଷ୍ଟ୍ର ମନ୍ତ୍ରୀ ରାଧାକ୍ରୃଷ୍ଣ ଭିଖେ ପାଟିଲ ଓ ବିଜେପି ବିଧାୟକ ଗୋପୀଚାନ୍ଦ ପାଦିଲକର ଉପସ୍ଥିତ ଥିଲେ।

ମରାଠା ରାଣୀ ଅହଲ୍ୟା ହୋଲକଙ୍କ ନାଁରେ ଏହାର ନାମକରଣ କରାଯିବ। ମାଲୱ ହୋଲକର ଶାସନର ୨୯୮ ତମ ଜନ୍ମଦିନରେ ଏହାର ନାମକରଣ କରାଯିବ। ଲୋକଙ୍କ ଦାବିକୁ ସମ୍ମାନ ଦେଇ ଅହମଦନଗରକୁ ଅହଲ୍ୟା ହୋଲକର ନାଁରେ ନାମିତ କରାଯିବ ବୋଲି ଏକନାଥ ସିନ୍ଦେ କହିଛନ୍ତି। ଅହମଦନଗର ଚୋଣ୍ଡିରେ ଆୟୋଜିତ ଏକ ରାଲିରେ ଏହି ଘୋଷଣା କରିଛନ୍ତି ସିନ୍ଦେ।

wp:heading {"level":4}

ପଢ଼ନ୍ତୁ - କେନ୍ଦ୍ରକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ, ଚେନ୍ନାଇ-ଟୋକିଓ ମଧ୍ୟରେ ଆରମ୍ଭ ହେଉ ବିମାନ ସେବା

/wp:heading

ଅହମଦନଗରକୁ ମିଶାଇ ଗୋଟିଏ ବର୍ଷରେ ୩ଟି ସହରର ନାଁ ପରିବର୍ତ୍ତନ କରାଯାଇଛି। ଚଳିତ ବର୍ଷ ଫେବ୍ରୁଆରୀରେ ରାଜ୍ୟ ସରକାର ଔରଙ୍ଗାବାଦକୁ ଛତ୍ରପତି ସମ୍ଭାଜୀନଗର ଓ ଉସମାନବାଦକୁ ଧାରାଶିବ ନାଁରେ ନାମକରଣ କରାଯାଇଥିଲା।  

wp:embed {"url":"https://twitter.com/Dev_Fadnavis/status/1663892607410524160?s=20","type":"rich","providerNameSlug":"twitter","responsive":true}
https://twitter.com/Dev_Fadnavis/status/1663892607410524160?s=20
/wp:embed

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏନ୍‌ସିପି ବିଧାୟକ ଜୟନ୍ତ ପାଟିଲ। ସେ କହିଛନ୍ତି ଯେ ଅହମଦନଗରକୁ ଅହଲ୍ୟାନଗର ନାଁରେ ନାମିତ କରିବା ଘୋଷଣାକୁ ଆମେ ସ୍ୱାଗତ କରୁଛୁ। ଫଡ଼ନାଭିସ୍ ଓ ସିନ୍ଦେ ସରକାରଙ୍କର ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଉଛି। ତେଣୁ ଏଭଳି ନିଷ୍ପତ୍ତି ନେଇ ଲୋକଙ୍କପ୍ରିୟତା ହାସଲ କରିବାକୁ ଚେଷ୍ଟା କରାଯାଉଛି। ଆମେ ଏହାକୁ ସ୍ୱାଗତ କରୁଛି ବୋଲି ଜୟନ୍ତ ପାଟିଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.