‘ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ ଅଜିତ୍ ପାଓ୍ବାର’; ସିନ୍ଦେଙ୍କ ଭବିଷ୍ୟତକୁ ନେଇ ସଞ୍ଜୟଙ୍କ ବିସ୍ଫୋରକ ବୟାନ

Published By : Prameya-News7 Bureau | July 03, 2023 IST

ମୁମ୍ବାଇ: ମହାରାଷ୍ଟ୍ରରେ ଆଗକୁ ପାଓ୍ୱାର ପଲିଟିକ୍ସ । ପୁଣି ହେବ ପରିବର୍ତ୍ତନ । ଏକ ହେବେନି ଭିନ୍ନ ବିଚାରଧାରା । ଏକନାଥ ନୁହେଁ ଅଜିତ୍ ପିନ୍ଧିବେ ମହାମୁକୁଟ । ଶିବସେନାକୁ ଶିବସେନାର ଟାର୍ଗେଟ୍ । ସିନ୍ଦେ ସରକାରରେ ଏନସିପି ବରିଷ୍ଠ ସାମିଲ ହେବା ପରେ ରାଜନୈତିକ ଭବିଷ୍ୟତବାଣୀ କରିଛନ୍ତି ସଞ୍ଜୟ ରାଓ୍ୱତ । ଏବେ ପାଓ୍ୱାର ପ୍ଲେ ସରିଲା ଆଗକୁ ସୁପରଓଭର ବାକି । ମହାରାଷ୍ଟ୍ର ରାଜନୀତି ଗେମ୍ ଚେଞ୍ଜର ହେବେ ଅଜିତ୍ ଗୋଷ୍ଠୀ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହଟାଇବାକୁ ଷଡ଼ଯନ୍ତ୍ର ରଚିଛି ବିଜେପି । ତାଙ୍କ ସ୍ଥାନରେ ଅଜିତ୍ ପାଓ୍ବାର ମହାରାଷ୍ଟ୍ରର ତାଜ୍ ପିନ୍ଧିବେ ବୋଲି କହିଛନ୍ତି ଉଦ୍ଧବ ଗୋଷ୍ଠୀର ବରିଷ୍ଠ ନେତା ।

ଖୁବ୍ ଶୀଘ୍ର ବାଦ୍ ପଡିବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଅଦାଲତରୁ ଅଯୋଗ୍ୟ ଘୋଷିତ ହେବେ ଶିବସେନାର ବାଗୀ ବିଧାୟକ । ସରକାର ଭାଙ୍ଗିଯିବା ଭୟରେ ଅଜିତ୍ ପାଓ୍ବାରଙ୍କୁ ସାଉଁଟି ନେଉଛି ବିଜେପି । ମହାରାଷ୍ଟ୍ରରେ ରାଜନୀତିରେ ଏହା ପରମ୍ପରା  ନୁହେଁ । ଏହାକୁ ରାଜ୍ୟବାସୀ ସମର୍ଥନ କରିବେ ନାହିଁ ବୋଲି ସଞ୍ଜୟ ରାଓତ କହିଛନ୍ତି ।

wp:html /wp:html

ସେପଟେ ସତାରରୁ ବିଜେପିକୁ ତୀର ମାରିଛନ୍ତି NCP ମୁଖ୍ୟ ଶରଦ ପାୱାର ।  ସାରା ଦେଶରେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ବିଜେପି ଷଡ଼ଯନ୍ତ୍ର କରୁଛି ବୋଲି କହିଛନ୍ତି । ଆସନ୍ତା ଜୁଲାଇ ୫ ତାରିଖରେ ପାର୍ଟି ମିଟିଂ ଡାକିଛନ୍ତି । ସେହିଦିନ ଶକ୍ତି ପ୍ରଦର୍ଶନ କରିବେ । ଏପଟେ ଅଜିତ ଏବଂ ଅନ୍ୟ ୮ ବିଧାୟକ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ ବାଚସ୍ପତିଙ୍କୁ ବିଧିବଦ୍ଧ ଚିଠି ଲେଖିଛି ଜୟନ୍ତ ପାଟିଲ୍ ।

ମହାରାଷ୍ଟ୍ର ରାଜନୀତିରେ ଏବେ ପୱାର ଭର୍ସେସ୍ ପାୱାର ସ୍ଥିତି ଚାଲିଛି । ଅଜିତ ପୱାରଙ୍କ ସମେତ ୯ ବିଧାୟକ ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି । ରବିବାର ରାଜବଭନରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । NCPରେ ଅଜିତ ପୱାରଙ୍କ ବିଦ୍ରୋହ ପରେ ଏବେ ପାର୍ଟି କାହାର ହେବ । ଏହାକୁ ଆରମ୍ଭ ହୋଇଯାଇଛି ବିବାଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.