ସବୁ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ରହିବ ସ୍ତନ୍ୟପାନ କକ୍ଷ, ଜିଲ୍ଲାପାଳ ମାନଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗର ଚିଠି

Published By : Prameya-News7 Bureau | August 30, 2024 IST

ଭୁବନେଶ୍ବର ୩୦।୮: ରାଜ୍ୟର ସବୁ ଅଫିସରେ ରହିବ ସ୍ତନ୍ୟପାନ କକ୍ଷ । ସବୁ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ଏହି କକ୍ଷର ବ୍ୟବସ୍ଥା ହେବ । ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କକ୍ଷ ବ୍ୟବସ୍ଥା ରହିବ । ଏନେଇ ରାଜ୍ୟ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କାର୍ଯ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କରାଇବା ପାଇଁ ଏକ ଆରାମଦାୟକ, ଏକାନ୍ତ ଏବଂ ସ୍ଵଚ୍ଛ ସ୍ଥାନ ଚୟନ କରିବାକୁ ଅନୁରୋଧ କରାଯାଇଛି । ଏହା ଦ୍ବାରା ମା'ମାନଙ୍କୁ ସମର୍ଥନ ମିଳିବା ସହ ସେମାନଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇପାରିବ । ଯାହାଫଳରେ ସରକାରୀ ଓ ଘରୋଇ ଅଫିସ୍‌ରେ କାର୍ଯ୍ୟରତ ମହିଳା କର୍ମଚାରୀ ମାନେ ଉପକୃତ

ହେବେ । 

You Can Read:

ରାଜ୍ୟର କମୁଛି ଆଇଟିଆଇ ଓ ଡିପ୍ଲୋମା ଇଞ୍ଜିନିୟରିଂର ଚାହିଦା, ଡ଼ିଗ୍ରୀ ହାସଲ ପରେ ମିଳୁନି ଚାକିରି : ଦକ୍ଷତା ବିକାଶ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.