MKCG ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ସତ୍ୟାସତ୍ୟ ମିଳିଲେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | October 25, 2024 IST

ବ୍ରହ୍ମପୁର ୨୫।୧୦: ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ରାଗିଂ ଅଭିଯୋଗ ହୋଇଛି । ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଥମ ବର୍ଷର ଛାତ୍ର ମାନେ ଦ୍ବିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କ ହଷ୍ଟେଲ ପରିବର୍ତ୍ତନ କରାଯାଇଥିଲା । କ୍ୟାବିନ ବ୍ଲକରୁ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ତିନୋଟି ହଷ୍ଟେଲକୁ ପଠାଯାଇଥିବା ବେଳେ ସିନିୟର ମାନେ ସେଠାର ରାଗିଂ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ନେଇ ଦ୍ବିତୀୟ ବର୍ଷର ଛାତ୍ରମାନଙ୍କ ଅଭିଭାବକ ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ କରିଥିବା ମେଡିକାଲ କଲେଜ ଅଧ୍ୟକ୍ଷା କହିଛନ୍ତି ।

ଅଭିଯୋଗକୁ ନେଇ ଆଣ୍ଟି  ରାଗିଂ କମିଟିର ବୈଠକ ହେବ । ଉଭୟ ଦ୍ବିତୀୟ ବର୍ଷ ଓ ସିନିୟର ଛାତ୍ର ମାନେ ବୈଠକରେ ଉପସ୍ଥିତ ରହିବେ । ଅଭିଯୋଗର ସତ୍ୟାସତ୍ୟ ମିଳିଲେ ରାଗିଂ କରିଥିବା ଛାତ୍ରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏମକେସିଜି ମେଡିକାଲ ଅଧ୍ୟକ୍ଷା କହିଛନ୍ତି । ଦ୍ଵିତୀୟ ବର୍ଷ ଛାତ୍ର ରହୁଥିବା ହଷ୍ଟେଲକୁ ବି ପରିବର୍ତ୍ତନ କରାଯାଇ ସେମାନଙ୍କୁ ସ୍ୱତନ୍ତ୍ର ହଷ୍ଟେଲରେ ରଖାଯିବ ବୋଲି ଅଧକ୍ଷା ପ୍ରଫେସର ସୁଚିତ୍ରା ଦାସ କହିଛନ୍ତି ।

You Can Read:

ବଗପାଟିଆ ଥଇଥାନସ୍ଥଳୀରେ ପଶିଲା ସମୁଦ୍ର ଜୁଆର, ୫୭୧ ପରିବାର ଏବେ ପାଣି ଘେରରେ

 

 

 

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.