ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା, ଦ୍ରୁତ ଗତିରେ ଆସି ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ

Published By : Prameya-News7 Bureau | November 10, 2023 IST

ବାରଙ୍ଗ ୧୦/୧୧: ଦ୍ରୁତ ଗତିରେ ଆସୁଥିଲା ଆମ୍ବୁଲାନ୍ସ। ଭାରସାମ୍ୟ ହରାଇ ଡିଭାଇଡର ସହ ବାରିକେଡ୍ ଭାଙ୍ଗିଦେଲା । ଖାଲି ଭାଙ୍ଗିଲାନି ତ ନଷ୍ଟ କରିଦେଲା ବିଏମ୍ସି ଲଗାଇଥିବା ଗଛ। ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଦୁଇଶହ ଫୁଟିଆ ରାସ୍ତାରେ ଆମ୍ୱୁଲାନ୍ସ ହୋଇଛି ଦୁର୍ଘଟଣାର ଶିକାର ।

ପ୍ରାଥମିକ ସୂଚନା ଅନୁସାରେ ଏକ ଘରୋଇ ହସ୍ପିଟାଲରୁ ରୋଗୀ ଆଣିବାକୁ ଯାଉଥିବା ବେଳେ ଦ୍ରୁତ ଗତିରେ ଗଜପତି ନଗର ପଟୁ ଆସୁଥିବା ଆମ୍ବୁଲାନ୍ସଟି ରେଲ୍ ବିହାର କଟିଂ ପାଖରେ ଥିବା ଡିଭାଇଡରରେ ପିଟିହୋଇଥିଲା ।

ଫଳରେ ବିଏମ୍ସୀ ଦ୍ଵାରା ରକ୍ଷଣାବେକ୍ଷଣ ସହ ସୋନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ଗଛ ଗୁଡ଼ିକ ନଷ୍ଟ ହୋଇଛି । ଖବର ପାଇ ସ୍ଥାନୀୟ ମୈତ୍ରୀ ବିହାର ଥାନା ପୁଲିସ୍ ଘଟଣା ସ୍ଥଳେ ପହଞ୍ଚି ଗାଡ଼ିକୁ ବାହାର କରିବା ବ୍ୟବସ୍ଥା କରିଥିଲା ବେଳେ ଡ୍ରାଇଭର ଫେରାର ଅଛନ୍ତି।

you can also read....

wp:embed {"url":"https://www.prameyanews7.com/12-hour-shutdown-has-been-called-for-rail-connectivity/","type":"wp-embed","providerNameSlug":"prameya-news-7"}
https://www.prameyanews7.com/12-hour-shutdown-has-been-called-for-rail-connectivity/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.