ବାତ୍ୟା ବେଳେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ, ପ୍ରଶଂସନୀୟ କାମ ପାଇଁ ହେବେ ସମ୍ମାନିତ

Published By : Prameya-News7 Bureau | October 26, 2024 IST

କେନ୍ଦ୍ରାପଡ଼ା ୨୬।୧୦: ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । କେନ୍ଦ୍ରାପଡ଼ା ରାଜନଗର ବ୍ଲକର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ ମଲ୍ଲିକ । ବାତ୍ୟା ସମୟରେ ଜଣେ ଗୁରୁତର ରୋଗୀଙ୍କୁ ଉଦ୍ଧାର କରିଥିଲେ ମାନସ । ବର୍ଷା ପବନରେ ଜଣେ ମହିଳା ରୋଗୀଙ୍କୁ ହାତରେ ଟେକି ଧରି ଆମ୍ବୁଲାନ୍ସ ଯାଏ ନେଇଆସିଥିଲେ । ମାନସଙ୍କ ଏପରି କାମ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋସିଆଲ ମିଡ଼ିଆ ‘X’ ଜରିଆରେ ମାନସଙ୍କ ସାହାସିକତାର ପ୍ରଶଂସା କରିଛନ୍ତି ।

ସେପଟେ ମାନସ କୁମାର ମଲ୍ଲିକଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ବାତ୍ୟା ‘ଦାନା’ ସମୟରେ ତାଙ୍କ ସାହସିକତା ଓ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । ଆଗାମୀ ଦିନରେ ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ତାଙ୍କୁ ସମ୍ମାନିତ କରାଯିବ ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ ପ୍ରକାଶ କରିଛନ୍ତି ।

You Can Read:

SRCଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା

 

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.