ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ, ଖଣ୍ଡପଡା ବିଧାନସଭା ଆସନ ପାଇଁ ଥିଲେ ଆଶାୟୀ

Published By : Prameya-News7 Bureau | May 02, 2024 IST

ଭୁବନେଶ୍ବର ୨।୫: ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଅନୁଭବ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି । ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ଆସନରୁ ଟିକେଟ୍ ପାଇବା ନେଇ ଅନୁଭବ ଆଶାୟୀ ଥିଲେ । ତେବେ ବିଜେଡି ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି । ତେଣୁ ଅନୁଭବ ବିଜେଡି ଛାଡିଥିବା କୁହାଯାଉଛି । ଇସ୍ତଫା ପରେ ଅନୁଭବ ସ୍ୱାଧୀନ ଭାବେ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ବିଜେଡି ଗୁରୁବାର ଶେଷ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ତିନୋଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ଖଣ୍ଡପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ନାଁ ଘୋଷଣା କରାଯାଇଛି । ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି ।

You Can Read :

ବିଜେଡିର ଶେଷ ପ୍ରାର୍ଥୀ ତାଲିକା ପ୍ରକାଶ, ନୀଳଗିରିରୁ ସୁକାନ୍ତ କୁମାର ନାୟକ 

  • odisha
  • OdishaNews
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.