Paris Olympics 2024: ନୀରଜ ଚୋପ୍ରାଙ୍କ ନେତୃତ୍ଵରେ ମଇଦାନକୁ ଓହ୍ଲାଇବେ ୨୮ ଆଥଲେଟ୍, ପ୍ୟାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ଭାରତ

Published By : Prameya-News7 Bureau | July 05, 2024 IST

abp live

ନୂଆଦିଲ୍ଲୀ: ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଯାଉଛି   ପ୍ୟାରିସ ଅଲିମ୍ପିକ୍ସ ୨୦୨୪। ପ୍ୟାରିସରେ ୧୦୦ ବର୍ଷ ପରେ ତୃତୀୟ ଥର ଅଲିମ୍ପିକ୍ସ ଆୟୋଜନ ହେଉଛି। ଏଥିରେ ୨୦୬ ନ୍ୟାସନାଲ ଅଲିମ୍ପିକ୍ସ କମିଟିର ପ୍ରାୟ ୧୦ ହଜାର ୫୦୦ ଆଥଲେଟ୍ ଅଂଶଗ୍ରହଣ କରିବେ। ଏଥର ଭାରତରୁ ୨୮ ଆଥଲେଟିକ୍ସଙ୍କ ଏକ ଗ୍ରୁପ ପ୍ୟାରିସ ଅଲିମ୍ପିକ୍ସରେ ନିଜ ଦେଶର ପ୍ରତିନିଧିତ୍ଵ କରୁଛନ୍ତି। ଏହି ଦଳର ନେତୃତ୍ଵ ନେଉଛନ୍ତି ବିଶ୍ଵ ଚାମ୍ପିଅନ ନୀରଜ ଚୋପ୍ରା। 

ନିକଟରେ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ପ୍ୟାରିସରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍‌ରୁ ଓହରି ଯାଇଥିଲେ ନୀରଜ ଚୋପ୍ରା। ନୀରଜଙ୍କ ନେତୃତ୍ଵାଧୀନ ଏହି ଆଥଲେଟ୍ ଦଳରେ ୧୭ ପୁରୁଷ ଓ ୧୧ ମହିଳା ଖେଳାଳି ସାମିଲ। ଦୌଡ଼ରେ ପ୍ରିୟଙ୍କା ଗୋସ୍ଵାମୀ ଓ ଅକ୍ଷଦୀପ ସିଂ ଚଳିତ ବର୍ଷ ଆଥଲେଟିକ୍ସରେ ଯୋଗ୍ୟତା ଅର୍ଜନ କରିବାରେ ପ୍ରଥମ ଖେଳାଳି  ହୋଇଛନ୍ତି। ଏହା ବ୍ୟତୀତ ଏହି ଦଳରେ  ହଙ୍ଗଝାଉ ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିଥିବା ଖେଳାଳି ଅବିନାଶ ସାବଲେ ଓ ତେଜିନ୍ଦରପାଲ ସିଂ ତୁର ସାମିଲ ଅଛନ୍ତି। 

ଏଥର ଅଲିମ୍ପିକ୍ସରେ ସଭିଙ୍କ ନଜର ଚାର ଗୁଣା ୪୦୦ ମିଟର ରିଲେ ଦଳ ଉପରେ ରହିବ। ଏହି ଦଳ ବାହାମାସରେ ହେବାକୁ ଥିବା ବିଶ୍ଵ ଆଥଲେଟିକ୍ସ ରିଲ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଦଳରେ ମହମ୍ମଦ ଅନସ, ମହମ୍ମଦ ଅଜମଲ, ଅମୋଜ ଜ୍ୟାକବ ଓ ରାଜେଶ ରମେଶ ସାମିଲ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ  ଭାରତୀୟ ଅଲିମ୍ପିକ୍ସ ଦଳକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ମୋତେ ପୁରା ବିଶ୍ଵାସ ଏହି ଦଳ ଭାରତର କ୍ରୀଡ଼ାରେ ନିରନ୍ତର ପ୍ରଗତିକୁ କାଏମ ରଖିବେ।

ଭାରତୀୟ ୨୮ ଜଣିଆ ଅଲିମ୍ପିକ୍ସ ଟିମ୍

ପୁରୁଷ: ଅବିନାଶ ସାବଲେ(୩୦୦୦ ମିଟର ଷ୍ଟିପ୍ଲେକ୍), ନୀରଜ ଚୋପ୍ରା, କିଶୋର କୁମାର ଜେନା (ଜାଭେଲିନ୍ ଥ୍ରୋ), ତେଜିନ୍ଦରପାଲ ସିଂ ତୁର (ସଟପୁଟ), ପ୍ରବୀଣ ଚିତ୍ରାଭେଲ, ଅବଦୁଲ୍ଲା ଅବୁବକର (ଟ୍ରିପଲ ଜମ୍ପ), ଅକ୍ଷଦୀପ ସିଂ, ବିକାଶ ସିଂ, ପରମଜିତ ସିଂ ବିଷ୍ଟ (୨୦ କିଲୋମିଟର ପଦଯାତ୍ରା), ମହମ୍ମଦ ଅନାସ, ମହମ୍ମଦ ଅଜମଲ, ଆମୋଜ ଜ୍ୟାକବ, ସନ୍ତୋଷ ତାମିଲାରସାନ, ରାଜେଶ ରମେଶ (୪x୪୦୦ ମିଟର ରିଲେ), ମିଞ୍ଜୋ ଚାକୋ କୁରିଏନ୍ (୪x୪୦୦ ମିଟର ରିଲେ), ସୁରଜ ପନୱାର୍ (ରେସ୍ ୱାକ୍ ମିକ୍ସଡ୍ ମାରାଥନ୍), ସର୍ଭେଶ ଅନିଲ କୁଶାରେ (ହାଇ ଜମ୍ପ) |

ମହିଳା: କିରଣ ପହଲ (୪୦୦ମିଟର), ପରୁଲ ଚୌଧୁରୀ(୩୦୦୦ ମିଟର ଷ୍ଟିପ୍ଲେକ୍ ଏବଂ ୫୦୦୦ ମିଟର), ଜ୍ୟୋତି ୟାରାଜୀ (୧୦୦ ମିଟର ହର୍ଡଲ୍ସ), ଅନୁ ରାନୀ (ଜାଭେଲିନ୍ ଥ୍ରୋ), ଆଭା ଖଟୁଆ (ସଟପୁଟ), ଜ୍ୟୋତିକା ଶ୍ରୀ ଦାଣ୍ଡି, ସୁଭା ଭେଙ୍କଟେଶ, ଭିଥିଆ ରାମରାଜ, ପୋଭାମା ଏମ୍। (୪x୪୦୦ ମିଟର ରିଲେ), ପ୍ରାଚୀ (୪x୪୦୦ ମିଟର ରିଲେ), ପ୍ରିୟଙ୍କା ଗୋସ୍ୱାମୀ (୨୦ କିଲୋମିଟର ରେସ୍ ଚାଲିବା / ରେସ୍ ଚାଲିବା ମିଶ୍ରିତ ମାରାଥନ୍) |

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.