ନୂଆଦିଲ୍ଲୀ: ମାଈ ଚିତା ଆଶା ପୁଣି ଥରେ କୁନୋ ନ୍ୟାସନାଲ ପାର୍କର ସୀମା ବାହାରାକୁ ଚାଲିଯାଇଛି । ବନ ବିଭାଗର ସୂତ୍ର ଅନୁସାରେ ଆଶା ଶିବପୁରୀ ମାଧବ ରାଷ୍ଟ୍ରୀୟ ଉଦ୍ୟାନରେ ପ୍ରବେଶ କରିଛି । ଆଶାର ଲୋକେସନ ଶିବପୁରୀ ବନ ରେଞ୍ଜରେ ଥିବା ଜଣାପଡ଼ିଛି । କୁନୋ ନ୍ୟାସନାଲ ପାର୍କରୁ ଆଶା ମୁକ୍ତ ହେବା ଖବର ପରେ ବନ ବିଭାଗ କର୍ମଚାରୀଙ୍କ ହୋସ ଉଡ଼ିଯାଇଛି । ସ୍ଥିତି ଏପରି ହୋଇଛି ଯେ କୁନୋ ନ୍ୟାସନାଲ ପାର୍କର ଏକ ଟ୍ରାକିଂ ଟିମ୍ ଆଶା ପଛ ପଛରେ ଚାଲିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଆଶା ପୂର୍ବରୁ ଚିତା ପୱନ ମଧ୍ୟ କୁନୋ ନ୍ୟାସନାଲ ପାର୍କରୁ ବାହାରକୁ ଯାଇ ଗ୍ରାମୀଣ ଅଞ୍ଚଳରେ ପହଞ୍ଚିଥିଲା । ଅନେକ ଦିନ ଧରି ପୱନ ମାଧବ ନ୍ୟାସନାଲ ପାର୍କରେ ଡେରା ପକାଇ ରହିଥିଲା । ଚିତାଙ୍କ ସୁରକ୍ଷା ଏବଂ ଗ୍ରାମବାସୀଙ୍କ ଭୟ ଦୂର କରାଇବା ପାଇଁ ଏବେ ପୱନକୁ ବଡ଼ ବାଡ ଭିତରେ ରଖାଯାଇଛି । ଏବେ ମାଈ ଚିତା ଆଶା ଉପରେ ନଜର ରଖିବା ପାଇଁ କୁନୋ ନ୍ୟାସନାଲ ପାର୍କର ଏକ ଟ୍ରାକିଂ ଟିମ ଚିତା ପଛରେ ରହିଛି । ଏହି ଟିମକୁ ସହଯୋଗ କରିବା ପାଇଁ ମାଧବ ରାଷ୍ଟ୍ରୀୟ ଉଦ୍ୟାନର ଏକ ଟିମ ସେଠାରେ ଉପସ୍ଥିତ ରହିଛି ।
{"id":797040,"width":838,"height":470,"sizeSlug":"full","linkDestination":"none"}ପଢନ୍ତୁ: କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ: ୪ ଅଫିସରଙ୍କୁ ବଡ଼ ଦାୟିତ୍ଵ, ଘଟଣାସ୍ଥଳକୁ ଯିବାକୁ ମନ୍ତ୍ରୀ ଏବଂ SRCଙ୍କୁ ନିର୍ଦ୍ଦେଶ
ଅଣ୍ଡିଆ ଚିତା ପୱନ ତୁଳନାରେ ଆଶା କମ ଦୂର ଯାତ୍ରା କରିଛି । ପୱନ ପାଞ୍ଚ ଦିନରେ ୧୦୦ କିଲୋମିଟରରୁ ଅଧିକ ଦୂର ଯାତ୍ରା କରିଥିବା ବେଳେ ଆଶା ଅଧିକ ଆରାମ କରୁଛି । ଆଶା ସୁରବାୟା ଅଞ୍ଚଳରେ ଏକ ଗ୍ରାମୀଣ ମଇଁଷିକୁ ଶିକାର କରିଛି । ଅଧିକାରୀଙ୍କ କହିବା ଅନୁସାରେ ଆଶା ସମ୍ଭବତଃ ଶାନ୍ତ ରହିଛି । ବନ ବିଭାଗର ଅଧିକାରୀଙ୍କ ଅନୁସାରେ ଅଧିକାଂଶ ଚିତା ରାତିରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଦିନରେ ଚିତା ଆରାମଦାୟକ ସ୍ଥାନରେ ରହି ନିଜ ସମୟ ବିତାଇଥାଆନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଅଣ୍ଡିଆ ଚିତା ଗୌରବ ଏବଂ ଶୌର୍ଯ୍ୟ ମଧ୍ୟ କୁନୋ ନ୍ୟାସନାଲ ପାର୍କ ଜଙ୍ଗଲରୁ ବାହାରି ଗାଁ ନିକଟରେ ପହଞ୍ଚିଥିଲେ । ସେହି ସମୟରେ ୭ ଚିତାକୁ କୁନୋ ନ୍ୟାସନାଲ ପାର୍କକୁ ଛଡ଼ାଯାଇଥିଲା । ଅନ୍ୟ ୧୧ ଚିତାଙ୍କୁ ମୁକ୍ତ ଜଙ୍ଗଲରେ ରିଲିଜ କରିବା ପରେ ସ୍ଥିତି ଅଧିକ ବିଗିଡିବାର ଆଶଂକା ସୃଷ୍ଟି ହୋଇପାରେ ।
READ ALSO: କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ଶତାଧିକ ଆହତ, ଜରୁରୀକାଳୀନ ନଂ ଜାରି କଲେ SRC