ନିର୍ବାଚନ ପୂର୍ବରୁ କେଜ୍ରିଓ୍ବାଲଙ୍କ ମାଷ୍ଟର ଷ୍ଟ୍ରୋକ୍; ବିଧାନସଭା ଭୋଟ୍ ଯାଏଁ ଆତିଶୀଙ୍କୁ ଦିଲ୍ଲୀ ଦାୟିତ୍ବ !

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଦାୟିତ୍ବ ନେବେ ଆତିଶୀ ମାର୍ଲେନା । ଆପ୍ ସରକାରର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବେ ସମ୍ଭାଳିବେ ଦିଲ୍ଲୀ । ଶିଲା ଦିକ୍ଷୀତ ଏବଂ ସୁଶମା ସୌରାଜଙ୍କ ପରେ ସେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ । ଆମ୍ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ଆତିଶୀଙ୍କ ନାଁରେ ବାଜିଛି ମୋହର । ବିଧାୟକ ଦଳ ନେତା ଭାବେ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଦେଇଥିଲେ ଆତିଶୀଙ୍କ ନାମରେ ପ୍ରସ୍ତାବ । ବଡ଼ ବଡ଼ ନେତାଙ୍କୁ ସାଇଟ୍ କରି ମହିଳା କାର୍ଡ ଖେଳିଛନ୍ତି ଆପ୍ ସୁପ୍ରିମୋ । ସୁପ୍ରିମକୋର୍ଟଙ୍କ ସର୍ତ୍ତରେ ସିଏମଓକୁ ବାରଣ ପରେ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବା ସହିତ ଶିକ୍ଷା ମନ୍ତ୍ରୀ ଆତିଶୀ ମାର୍ଲେନା ମୁଣ୍ଡରେ ଦିଲ୍ଲୀ ଦାୟିତ୍ବ ଦେଇଛନ୍ତି ।  

କେଜ୍ରିଓ୍ବାଲଙ୍କ ଏହି ରାଜନୈତିକ ଷ୍ଟ୍ରୋକ୍ କେତେ ପ୍ରଭାବୀ ହେବ ତାହା ଭବିଷ୍ୟତ କହିବ । ମଦ ଦୁର୍ନୀତ ମାମଲାରେ ଛନ୍ଦି ହୋଇଥିବା କେଜ୍ରିଓ୍ବାଲ ଆଗାମୀ ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପ ନେଇ ହଟଚମଟ କରିଛନ୍ତି ।  ଜନତାଙ୍କ ରାୟ କେଜ୍ରିଓ୍ବାଲଙ୍କୁ କେତେ ସୁହାଇବ ସେ ନେଇ ବୟାନବାଜି କିନ୍ତୁ ଥମୁନି ।

ଏହା ସହ ଆଜି ଅର୍ଥାତ୍ ମଙ୍ଗଳବାର ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ । ସେ  ଦିଲ୍ଲୀ ଉପ-ରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ସାକ୍ଷାତ କରି ନିଜ ଇସ୍ତଫା ପତ୍ର ଦେବେ । ଏହାପରେ ଆତିଶୀ ମାର୍ଲେନା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆତଶୀ ଏବେ କାଲକାଜି ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ସେ ୨୦୧୩ରେ ଆପ୍‌ରେ ଯୋଗ ଦେଇଥିଲେ । ୨୦୧୯ରେ ବିଧାନସଭା ନିର୍ବାଚିନରେ ବିଜୟୀ ହୋଇଥିଲେ । ଆତିଶୀ ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ।... 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.