ATM ଲୁଟ୍ ଉଦ୍ୟମ ପଣ୍ଡ, ପୋଲିସ ଗାଡି ସାଇରନ୍ ବାଜିବାରୁ ଫେରାର ହୋଇଗଲେ ଦୁର୍ବୃତ୍ତ

Published By : Prameya-News7 Bureau | August 27, 2024 IST

ବଲାଙ୍ଗିର ୨୭।୮: ବଲାଙ୍ଗିରରେ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ । ଲୁଟ୍‌ ଉଦ୍ୟମ ବେଳେ ପୋଲିସ ସାଇରନ୍ ବାଜିବାରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ବଲାଙ୍ଗୀର ସହର ଟାଉନ ଥାନା ଅଞ୍ଚଳର ଏଭଳି ଘଟଣା ଘଟିଛି । 

ବଲାଙ୍ଗୀର କଲେଜ ଛକ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ATMରେ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି । ସିସିଟିଭି ଯାଞ୍ଚ ପରେ ଜଣାପଡିଲା ଲୁଟ୍ ଖବର । ପରେ ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଘଟଣାସ୍ଥଳରୁ ଲୁଟ୍ ପାଇଁ ବ୍ୟବହୃତ ଗୋଟିଏ ହାତୁଡି ଜବତ ହୋଇଛି । ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ ଜାରି ରଖିଛି ।

You Can Read:

ତୃତୀୟ ଥର ରିମାଣ୍ଡରେ ଆସିବ ସିମ୍ ବକ୍ସ ଅଭିଯୁକ୍ତ ରାଜୁ ମଣ୍ଡଳ, ସିମ୍ କିଏ ଦେଉଥିଲା ତାର ତଥ୍ୟ ହାସଲ କରିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.