ବୁଧବାର ଦିନ ୧୨ଟା ପୂର୍ବରୁ ମିଳିବ 'ସୁଭଦ୍ରା' ଟଙ୍କା, ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା

Published By : Prameya-News7 Bureau | October 08, 2024 IST

ଭୁବନେଶ୍ବର ୮।୧୦: ବୁଧବାର ଦିନ ୧୨ଟା ପୂର୍ବରୁ ହିତାଧିକାରୀଙ୍କୁ ମିଳିବ 'ସୁଭଦ୍ରା' ଟଙ୍କା । 'ସୁଭଦ୍ରା' ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି । ବୁଧବାର ଦିନ ୧୨ଟା ପୂର୍ବରୁ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ । ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । NPCI କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ଏହି ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । 'ସୁଭଦ୍ରା' ପାଇଁ ଏକ କୋଟି ମହିଳା ଆବେଦନ କରିସାରିଲେଣି ।

ସୂଚନାଯୋଗ୍ୟ ଯେ, ‘ସୁଭଦ୍ରା’ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିଲା ୧ ଟଙ୍କା । ମେସେଜ ପାଇ ଉତ୍ସାହିତ ହୋଇଛନ୍ତି ଲକ୍ଷ ଲକ୍ଷ ମହିଳା । ଯେଉଁମାନଙ୍କ ବ୍ୟାଙ୍କ ଖାତାକୁ ୧ ଟଙ୍କା ଆସିଛି ସେମାନଙ୍କ ଖାତାକୁ ବାକି ୪, ୯୯୯ ଟଙ୍କା ଆସିବା ପକ୍କା । ତେଣୁ ଯିଏ ଟଙ୍କାଟେ ପାଇଛନ୍ତି ସେ ଭାରି ଖୁସି । ଆସନ୍ତା ୯ ତାରିଖ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା । 

ବାରିପଦାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ପ୍ରଥମ କିସ୍ତି ଟଙ୍କା ପାଇନଥିବା ପାଖାପାଖି ୩୨ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ NPCI କ୍ଲିୟରାନ୍ସ ମିଳିସାରିଥିବା ବେଳେ ସେମାନଙ୍କୁ ସୁଭଦ୍ରା କିସ୍ତି ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପୂର୍ବରୁ ସୂଚନା ଦେଇସାରିଛନ୍ତି ।

You Can Read:

ବୁଧବାରଠୁ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ, କୋଟିଏ ସଦସ୍ୟ ସଂଗ୍ରହ ଲକ୍ଷ୍ୟ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.