ଯଦି ଆମେ ନଲଢିବା ତେବେ ନିପାତ ହୋଇଯିବା...ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବଡ଼ ବୟାନ

Published By : Prameya-News7 Bureau | October 09, 2024 IST

ନୂଆଦିଲ୍ଲୀ: ଇରାନ ଏବଂ ହେଜବୁଲ୍ଲା ସହ ଯୁଦ୍ଧ ଭିତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାନିମ ନେତାନ୍ୟାହୁ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଇରାନକୁ କେବଳ ଇସ୍ରାଏଲ୍ ହିଁ ରୋକି ପାରିବ । ମଧ୍ୟ-ପୂର୍ବ ଜିତିବାରେ ଇରାନକୁ କେବଳ ଇସ୍ରାଏଲ୍ ହିଁ ଅଟକାଇ ପାରିବ । ଆମେରିକାରୁ ଆସିଥିବା ୟହୁଦୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ନେତାନ୍ୟାହୁ ବୁଧବାର ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଦୁନିଆରେ କେବଳ ଏକମାତ୍ର ଶକ୍ତି ଅଛି, ଯିଏ ଇରାନ ବିରୋଧରେ ଲଢେଇ କରୁଛି । ଦୁନିଆରେ କେବଳ ଗୋଟିଏ ଶକ୍ତି ଅଛି, ଯିଏ ଇରାନର ବିଜୟକୁ ରୋକୁଛି ଏବଂ ସେହି ଶକ୍ତି ହେଉଛି ଇସ୍ରାଏଲ୍ । ଯଦି ଆମେ ନଲଢିବା, ତେବେ ଆମେ ନିପାତ ହୋଇଯିବା । କିନ୍ତୁ ଏହା କେବଳ ଆମର ଲଢେଇ ନୁହେଁ, ଏହା ମୁକ୍ତ ବିଶ୍ୱ ପାଇଁ ଲଢେଇ ଏବଂ ମୋ ମତରେ ଏହା ସଭ୍ୟ ଦୁନିଆ ପାଇଁ ଲଢେଇ ଲଢୁଛୁ ।

ସେ କହିଛନ୍ତି ଯେ ଦୁନିଆରେ ଅନେକ ଏକଛତ୍ରବାଦ ଅଛନ୍ତି ଏବଂ ସମସ୍ତେ ଖରାପ, କିନ୍ତୁ ଏହି ଏକଛତ୍ରବାଦୀ ସେମାନଙ୍କଠାରୁ ଅଲଗା କାରଣ ଏହା ଆମକୁ ଅନ୍ଧକାର ଯୁଗକୁ ଠେଲିବାକୁ ଚାହୁଁଛି । ସେ ଆମକୁ ଏବଂ ଅନ୍ୟମାନଙ୍କୁ ଧ୍ୱଂସ କରିବାକୁ ଚାହୁଁଛି । ସେମାନଙ୍କ ପ୍ରଥମ ଟାର୍ଗେଟ୍ ଆମେ, କାରଣ ମଧ୍ୟପୂର୍ବରେ ସେମାନଙ୍କ ବିଜୟ ପଥରେ ଆମ ରହିଛୁ । କିନ୍ତୁ ସେମାନେ ସାରା ଦୁନିଆକୁ ଗୋଲାମ କରିବାକୁ ଚାହୁଁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.