ମୋଦୀ ଜଣେ ସୁନ୍ଦର ମଣିଷ, ସେ ମୋ ସାଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ତାରିଫ କଲେ ଟ୍ରମ୍ପ

Published By : Prameya-News7 Bureau | October 09, 2024 IST

indiatoday

ନୂଆଦିଲ୍ଲୀ: ଆମେରିକା ନିର୍ବାଚନରେ ଭାରତର ଭୂମିକା ରହୁଥିବାରୁ ବିରୋଧୀ ଦଳର ନେତାମାନେ ଭାରତକୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାରିଫ କରିଛନ୍ତି। ମୋଦୀ ମୋ ବନ୍ଧୁ, ଏବଂ ସେ ଜଣେ ସବୁଠାରୁ ଭଲ ମଣିଷ ବୋଲି ଟ୍ରମ୍ପ କହିଛନ୍ତି। 

ବିଶ୍ୱର ବଡ଼ ବଡ଼ ନେତାଙ୍କର ମୂଲ୍ୟାଙ୍କନ କରି ଟ୍ରମ୍ପ ଫ୍ଲାଗ୍ରାଣ୍ଟ ପୋଡକାଷ୍ଟରେ କହିଛନ୍ତି  "ମୋଦୀ ମୋର ଜଣେ ବନ୍ଧୁ ଏବଂ ସବୁଠାରୁ ସୁନ୍ଦର ମଣିଷ। ସେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଭାରତ ବହୁତ ଅସ୍ଥିର ଥିଲା। ବାହାରୁ ଦେଖିବାକୁ ଗଲେ ସେ ତୁମ ବାପାଙ୍କ ପରି  ଲାଗିବେ, ସେ ଖୁବ ସୁନ୍ଦର ଓ ଟୋଟାଲ କିଲର ମଣିଷ।” 

ଆଲୋଚନାରେ ଟ୍ରମ୍ପ ରାଷ୍ଟ୍ରପତି ଥିବା ବେଳେ ୨୦୧୯ ସେପ୍ଟେମ୍ବରରେ ଟେକ୍ସାସ୍‌ରେ ତାଙ୍କ ଦ୍ୱାରା ଆୟୋଜିତ ହାଓଡି ମୋଦୀ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ କହିଥିଲେ। ଟ୍ରମ୍ପ କହିଥିଲେ ଯେ କାର୍ଯ୍ୟକ୍ରମରେ ୮୦ ହଜାର ଲୋକ ଉପସ୍ଥିତ ଥିଲେ। ମୋଦୀ ଓ ମୁଁ ସାଂଗରେ ବୁଲୁଥିଲୁ। ହୁଏତ ଆଜି ମୁଁ ଏପରି କରିପାରିବି ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

କେବଳ ସେତିକି ନୁହେଁ ଭାରତ-ପାକିସ୍ତାନ ଟେନସନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆଲୋଚନା କରିଥିବା କଥା ମଧ୍ୟ ଟ୍ରମ୍ପ କହିଛନ୍ତି। ପାକିସ୍ତାନର ନାଁ ନ ନେଇ ଟ୍ରମ୍ପ କହିଥିଲେ ଯେ ଯେତେବେଳେ ଜଣେ ଭାରତକୁ ଧମକାଉଥିଲେ। ମୁଁ ମୋଦୀଙ୍କୁ କହିଥିଲେ ମୋତେ ସାହାଯ୍ୟ କରିବାକୁ ଦିଅ। କାରଣ ମୁଁ ଏଥିରେ ମାହିର। ହେଲେ ମୋଦୀ କହିଥିଲେ ମୁଁ ଏକା ସମ୍ଭାଳିଦେବି। ଆବଶ୍ୟକ ପଦକ୍ଷେପ ନେବି। ଆମେ ତାଙ୍କୁ ଶହ ଶହ ବର୍ଷ ପାଇଁ ହରାଇଦେବୁ ବୋଲି ମୋଦୀ କହିଥିବା ଟ୍ରମ୍ପ କହିଛନ୍ତି।     

ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ ମୋଦୀଙ୍କୁ ପ୍ରଶଂସା କରିଥିଲେ। କ୍ୱାଡ ମିଟିଂ ସମୟରେ ସେ ମୋଦୀଙ୍କୁ ଭେଟିବାର ଥିଲା। ହେଲେ ବୈଠକ ହୋଇପାରିଲା ନାହିଁ ବୋଲି ଟ୍ରମ୍ପ କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.