ପାକିସ୍ତାନୀ ଇମାମଙ୍କୁ ଇଟାଲୀରୁ ବିତାଡ଼ିତ କଲେ ମେଲୋନୀ, ହମାସକୁ କହିଥିଲେ ଦେଶ ରକ୍ଷକ

Published By : Prameya-News7 Bureau | October 09, 2024 IST

ନୂଆଦିଲ୍ଲୀ:  ଇଟାଲୀ ସରକାର ବୋଲୋଗନାରେ ବାସ କରୁଥିବା ୫୪ ବର୍ଷୀୟ ପାକିସ୍ତାନୀ ଇମାମ ଜୁଲଫିକାର ଖାନଙ୍କୁ ଦେଶର ନିର୍ବାସିତ କରିବା  ପାଇଁ ଆଦେଶ ଜାରି କରିଛନ୍ତି। ଜୁଲଫିକାର ଖାନ ୧୯୯୫ରୁ ଇଟାଲୀରେ ରହି ଆସୁଥିଲେ। ଏବେ ଜର୍ଜିଆ ମେଲୋନୀଙ୍କ ସରକାର ତାଙ୍କ ବାସ କରିବାର ଅନୁମତିକୁ ରଦ୍ଦ କରିଛନ୍ତି। ପ୍ରଶାସନିକ ଆଦେଶରେ କୁହାଯାଇଛି ଯେ, ପାକିସ୍ତାନୀ ନାଗରିକ ଜୁଲଫିକାର ଖାନଙ୍କ ବ୍ୟବହାର ୨୦୨୩ ଶେଷ ଆଡ଼କୁ ଚରମପନ୍ଥୀ ଓ ଉଗ୍ରତା ପ୍ରତି ଆଗକୁ ବଢୁଥିବା ଦେଖିବାକୁ ମିଳିଛି। ବିଶେଷ କରି ସେ ପାଶ୍ଚାତ୍ୟ ଦେଶ, ୟେହୁଦୀ, ସମଲିଙ୍ଗୀ ଓ ନାରୀବାଦ ପ୍ରତି କଠୋର ଓ ଉତ୍ତେଜନାକାରୀ ବୟାନ ଦେଇ ଆସୁଥିଲେ। ତେଣୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନା ଅନୁଯାୟୀ, ଜୁଲଫିକାର ଖାନ ନିଜର ଏକ ଉପଦେଶ ସମୟରେ ସରକାରଙ୍କ ଦ୍ଵାରା ଲଗା ଯାଇଥିବା ଟ୍ୟାକ୍ସର ବିରୋଧ କରି ମୁସଲମାନଙ୍କୁ ଉସୁକାଇଥିଲେ। ସେ କହିଥିଲେ ନିଜର ଟିକସ ମୁସଲିମ ସମୁଦାୟଙ୍କ ଭିତରେ ରହିବା ଉଚିତ। ଏହା କାହାକୁ ଦିଆଯିବା ଉଚିତ୍ ନୁହେଁ। ସେ ସମଲିଙ୍ଗୀକୁ ଏକ ରୋଗ ଭାବେ ଚିତ୍ରଣ କରିଥିଲେ। ଏହାକୁ ରୋକିବା ମୁସଲମାନଙ୍କ ଅଧିକାର ବୋଲି  ଜୁଲଫିକାର କହିଥିଲେ। 

ଖାନଙ୍କ ସାମାଜିକ ଗଣମାଧ୍ୟମ ଗତିବିଧି ଉପରେ ନଜର ରଖାଯିବା ପରେ ଜାଣିବାକୁ ମିଳିଥିଲା ଯେ, ୨୦୨୩ ନଭେମ୍ବରରୁ ୨୦୨୪ ଏପ୍ରିଲ ମଧ୍ୟରେ ତାଙ୍କ ଭିଡିଓରେ ସେ ଆମେରିକା, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ ଓ ଇଟାଲୀ ନାଗରିକଙ୍କ ଉପରେ ଜାୟନିଷ୍ଟୋଙ୍କ ସମର୍ଥନ କରୁଛନ୍ତି। ନିଜ ଭାଷଣରେ ସେ ମୁସଲିମ ଚରମପନ୍ଥୀଙ୍କ ପରି କଥା କହୁଥିଲେ। 

ଇଟାଲୀର ଅଧିକାରୀ କହିଛନ୍ତି, ଜୁଲଫିକାର ଖାନଙ୍କ ଇସଲାମୀ ଉଗ୍ରବାଦୀ ଗୋଷ୍ଠୀଙ୍କ ସହ ସଂପୃକ୍ତ ଥିବା ଜଣା ପଡ଼ିଥିଲା। ୨୦୨୪ ମେରେ ସେ ହମାସର ପ୍ରଶଂସା କରିବା ସହ ଇସ୍ରାଏଲର ସମାଲୋଚନା କରିଥିଲେ। ସେ କହିଥିଲେ, ହମାସ କୌଣସି ଆତଙ୍କବାଦୀ ସଂଗଠନ ନୁହେଁ ବରଂ ନିଜ ମାଟିକୁ ରକ୍ଷା କରୁଛି। ଇସ୍ରାଏଲ ଓ ଆମେରିକାକୁ ସେ ହତ୍ୟାକାରୀ ବୋଲି କହିଥିଲେ। ଖାନଙ୍କ ଅନେକ ବୟାନ ୟେହୁଦୀ ବିରୋଧୀ ରହିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.