ଆସନ୍ତା ୬ରୁ ଭଦ୍ରକ ବାଣିଜ୍ୟ ମେଳା, କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆସିବେ ବ୍ୟବସାୟୀ

Published By : Prameya-News7 Bureau | December 04, 2024 IST

ଭଦ୍ରକ ୪।୧୨: ଆସନ୍ତା ୬ରୁ ଭଦ୍ରକ ବାଣିଜ୍ୟ ମେଳା । ୧୦ ଦିନ ଧରି ଆୟୋଜିତ ହେବ ଭଦ୍ରକ ବାଣିଜ୍ୟ ମେଳା । ଦେଶର ସମସ୍ତ ରାଜ୍ୟରୁ ଆସିବେ ବ୍ୟବସାୟୀ, ଏମ୍‌ଏସ୍‌ଏମ୍‌ଇ ସହ ଫୁଡ୍ କୋର୍ଟ ଓ ଅଟୋ ଏକ୍ସପୋ ମଧ୍ୟ ଆୟୋଜିତ ହେବ । ଏହି ଭଦ୍ରକ ବାଣିଜ୍ୟ ମେଳା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ବାଣିଜ୍ୟ ମେଳାର ଆବାହକ ମନୋଜ ରାୟ, କଟକ ବୈଶାଖୀ ମେଳାର ଅଧ୍ୟକ୍ଷ ପ୍ରମୁଖ ସାମିଲ ଥିଲେ । 

ଭଦ୍ରକ ବାଣିଜ୍ୟ ମେଳା ଡିସେମ୍ବର ୬ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଭଦ୍ରକ କଲେଜ ପଡ଼ିଆ ଠାରେ ଚାଲିବ । ଚଳିତ ବର୍ଷ ବାଣିଜ୍ୟ ମେଳାରେ ୧୮୭ଟି ଷ୍ଟଲ ଖୋଲିବ । ଚଳିତ ବର୍ଷ ଦେଶର ବିଭିନ୍ନ ରାଜ୍ୟ ଯଥା ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜାମ୍ମୁ କାଶ୍ମୀର ଆଦି ରାଜ୍ୟରୁ ବ୍ୟବସାୟୀ ମାନେ ସେମାନଙ୍କ ରାଜ୍ୟର କାରିଗର ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ସାମଗ୍ରୀ ଏଠାରେ ପ୍ରଦର୍ଶନ ଓ ବିକ୍ରୟ କରିବେ । ତାହା ସହିତ ଓଡିଶାରୁ ବିଭିନ୍ନ ଜିଲ୍ଲାରୁ ମଧ୍ୟ ଏସଏଚଜି ଓ ବ୍ୟବସାୟୀ ଅଂଶଗ୍ରହଣ କରୁଛନ୍ତି । ଭଦ୍ରକ ବାଣିଜ୍ୟ ମେଳା ପରିସରରେ ଏକ ଅଟୋ ଏକ୍ସପୋର ମଧ୍ୟ ଆୟୋଜନ କରାଯାଇଛି । ଏଥରେ ବିଭିନ୍ନ ଯାନବାହାନ ନିର୍ମାତା ସେମାନଙ୍କ ଗାଡି ଗୁଡିକ ପ୍ରଦର୍ଶିତ କରିବେ ।

କେନ୍ଦ୍ର ସରକରଙ୍କ MSMEର ମଧ୍ୟ ୬୦ଟି ଷ୍ଟଲ ସ୍ଥାନ ପାଇବ । ମେଳାରେ ଘରକରଣା ସାମଗ୍ରୀ  ଠାରୁ ନେଇ ପୋଷାକ, ଦୈନନ୍ଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ, ଜୋତା, ଚପଲ, ଘର ସଜାଇବା ଆଦି ବିଭିନ୍ନ ସାମଗ୍ରୀ ଉପଲବ୍ଧ ହେବ ।


ମେଳା ବୁଲିବାକୁ ଆସୁଥ‌ିବା ଜନସାଧାରଣଙ୍କ ପାଇଁ ସତନ୍ତ୍ର ଭାବେ ଫୁଡ୍ କୋର୍ଟ ସ୍ଥାପନ କରାଯାଇଛି । ସେଠାରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ମୁଢ଼ି ମାଂସ, ଛେନା ଝିଲ୍ଲି, ରସାବଳୀ ଠାରୁ ନେଇ ରାଜସ୍ଥାନ ଖାଦ୍ୟ ଓ ଫାଷ୍ଟଫୁଡ୍ ଉପଲବ୍ଧ ହେବ । ମହିଳା ମାନଙ୍କ ପାଇଁ ଏହି ମେଳାରେ ମୀନାବଜାର ଓ ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଦୋଳିର ଆୟୋଜନ କରାଯାଇଛି । ଏସବୁ ସହିତ ବାଣିଜ୍ୟ ମେଳା ପରିସରରେ ଥିବା ମଞ୍ଚରେ ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ନୃତ୍ୟ, ସଂଗୀତ ପରିବେଷଣ କରାଯିବ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାରମାନେ ସେମାନଙ୍କ କଳା ନୈପୁଣ୍ୟ ପ୍ରଦର୍ଶନ କରିବେ ବୋଲି କମିଟି ସୂଚନା ଦେଇଛି ।

You Can Read:

ତହସିଲ ଅଫିସକୁ ଦୁର୍ନୀତି ମୁକ୍ତ କରିବାକୁ ସ୍ମାର୍ଟ ସର୍ଭିଲାନ୍ସ ବ୍ୟବସ୍ଥା, RI ଅଫିସରେ ଲାଗିବ ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.