ଦିନ ସାଢେ ୨ଟା ସୁଦ୍ଧା ୪୩.୨ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

Published By : Prameya-News7 Bureau | April 24, 2024 IST

ଭୁବନେଶ୍ବର ୨୪।୪: ତାତିରୁ ନିସ୍ତାର ନାହିଁ । ଆଜି ବି ଜାରି ରହିଛି ତାତି । ସକାଳୁ ସକାଳୁ କଲବଲ କରୁଥିଲା ତାତି । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ରେକର୍ଡ ହୋଇଛି । ୪୩.୨ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ହୋଇଛି । ସେହିଭଳି ଝାରସୁଗୁଡ଼ା ୪୨.୯, ଚାନ୍ଦବାଲି ୪୨.୨, ବାଲେଶ୍ୱର ୪୧.୪ ଡିଗ୍ରୀ ରେକର୍ଡ ହୋଇଛି ।

ପୂର୍ବରୁ ସକାଳ ସାଢେ ୮ ସୁଦ୍ଧା ତାଳଚେରରେ ୩୬, ଅନୁଗୁଳରେ ୩୫, ବାଲେଶ୍ୱରରେ ୩୫, ଭୁବନେଶ୍ୱରରେ ୩୪.୨, ଜଗତସିଂହପୁରରେ ୩୪, ଚାନ୍ଦବାଲିରେ ୩୩.୮, ଭଦ୍ରକରେ ୩୩.୭, ଭବାନୀପାଟଣାରେ ୩୩.୫, ଝାରସୁଗୁଡାରେ ୩୩.୩, ବୌଦ୍ଧରେ ୩୩, ବାରିପଦାରେ ୩୩, କଟକରେ ୩୨.୬, ରାଉରକେଲାରେ ୩୨.୨, ନୟାଗଡରେ ୩୨, କେନ୍ଦ୍ରାପଡ଼ାରେ ୩୨ ଡିଗ୍ରୀ ରେକର୍ଡ ହୋଇଥିଲା ।

ସେହିଭଳି ଦିନ ସାଢେ ୧୧ଟା ସୁଦ୍ଧା ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ବାଲେଶ୍ୱରରେ ୪୧.୨ ଡିଗ୍ରୀ ତାପମାତ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୪୧, ଚାନ୍ଦବାଲିରେ ୪୦ ଡିଗ୍ରୀ, ଝାରସୁଗୁଡାରେ ୩୯.୨, କେନ୍ଦୁଝରରେ ୩୭.୬, ରାଉରକେଲାରେ ୩୭.୬, ସମ୍ବଲପୁରରେ ୩୬.୭, ହୀରାକୁଦ ୩୬, ପୁରୀରେ ୩୫.୨, ଗୋପାଳପୁରରେ ୩୫.୨, ପାରାଦୀପରେ ୩୪.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।

You Can Read :

ନିର୍ବାଚନ ଲଢିପାରନ୍ତି ମହମ୍ମଦ ମୋକିମଙ୍କ ଝିଅ ସୋଫିଆ, କଟକ-ବାରବାଟୀରୁ ହୋଇପାରନ୍ତି ପ୍ରାର୍ଥୀ

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.