ଛାତ୍ର, ଯୁବ ଓ ମହିଳା ଶାଖାଙ୍କୁ ଏକଜୁଟ୍ ହୋଇ କାମ କରିବାକୁ ଆହ୍ୱାନ ଦେଲେ ବିଜେଡି ସୁପ୍ରିମୋ

Published By : Prameya-News7 Bureau | August 30, 2024 IST

ଭୁବନେଶ୍ୱର ୩୦।୮: ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନଙ୍କର ଏକ ବୈଠକ ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିରୋଧି ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଉଦବୋଧନ ଦେଇ ଦଳର ଛାତ୍ର, ଯୁବ, ମହିଳା ଶାଖା ସମସ୍ତେ ଏକଜୁଟ ହୋଇ ଦଳକୁ ଶକ୍ତିଶାଳୀ କରିବା ପାଇଁ କାମ କରିବାକୁ ଆହ୍ୱାନ ଜଣାଇଛନ୍ତି ।

ନବୀନ ପଟ୍ଟନାୟକ କହିଛନ୍ତି ଯେ, ସେବା, ସଂଗ୍ରାମ, ସ୍ୱାଭିମାନ ଓ ସଚେତନତା ହେଉଛି ଦଳର ଆଦର୍ଶ । ଏକ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳ ଗତ ୨୭ ବର୍ଷ ଧରି ଓଡିଶାବାସୀଙ୍କ ସେବା କରିଆସୁଛି । ଛାତ୍ର ଯୁବକ, ମହିଳା, ଚାଷୀ ଶ୍ରମିକ ସମସ୍ତଙ୍କୁ ସାଥିରେ ନେଇ ଏହା ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି । କ୍ଷମତା ନୁହେଁ ଲୋକଙ୍କ ସେବା ହିଁ ବିଜେଡିର ଲକ୍ଷ୍ୟ । 

ଗତ ନିର୍ବାଚନ ବିଷୟ ଉଲ୍ଲେଖ କରି ନବୀନ ପଟ୍ଟନାୟକ କହିଥିଲେ ଯେ, ନିର୍ବାଚନରେ ହାରଜିତ ଅଛି । ଗତ ନିର୍ବାଚନରେ ବିଜେଡି ୪୧.୦୨% ଭୋଟ୍ ସହିତ ସର୍ବାଧିକ ସଂଖ୍ୟକ ଭୋଟ୍ ପାଇଥିଲା । ଓଡିଶାବାସୀଙ୍କ ଏ ଭଲ ପାଇବା ହିଁ ବିଜେଡିର ସବୁଠାରୁ ବଡ଼ ଶକ୍ତି ବୋଲି ନବୀନ ପଟ୍ଟନାୟକ ଦର୍ଶାଇଥିଲେ ।

ସୋସିଆଲ ମେଡ଼ିଆର ସମାଜ ଉପରେ ପ୍ରଭାବ ବିଷୟରେ ଅବତାରଣା କରି ନବୀନ ପଟ୍ଟନାୟକ ଛାତ୍ର ସମାଜକୁ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ପାଇଁ ପରାମର୍ଶ ଦେଇ ଭୁଲ ଖବର ଓ ମିଛ ଖବର ବିରୋଧରେ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ ।

ସମାଜ ସେବା, ପରିବେଶ ସୁରକ୍ଷା, ଗରିବ ଲୋକଙ୍କୁ ସାହାଯ୍ୟ ସହିତ ଓଡ଼ିଆ ସ୍ୱାଭିମାନର ସୁରକ୍ଷା ଦିଗରେ କାମ କରିବାକୁ ନବୀନ ପଟ୍ଟନାୟକ ଛାତ୍ର ସମାଜକୁ ଆହ୍ୱାନ ଜଣାଇଥିଲେ । ଛାତ୍ର ସମାଜକୁ ଭବିଷ୍ୟତର କର୍ଣ୍ଣଧାର ଭାବରେ ବର୍ଣ୍ଣନା କରି ପ୍ରତିବଦ୍ଧତାର ସହ କାମ କଲେ ସଶକ୍ତ ଓଡିଶା ଗଠନ ରାସ୍ତା ପ୍ରଶସ୍ତ ହୋଇପାରିବ ବୋଲି ନବୀନ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ । ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇପ୍ସିତା ସାହୁ, ଅବିନାଶ ଠାକୁର ପ୍ରମୁଖ ଉଦବୋଧନ ଦେଇଥିଲେ ।

You Can Read:

ବାଲେଶ୍ବର ବସ୍ତା ଅଞ୍ଚଳରେ ହେବ ହାଇଜେନିକ୍ ମାଛ ମାର୍କେଟ୍, ଭର୍ଚ୍ଚୁଆଲରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

 

 

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.