ବଜରଙ୍ଗ ଓ ଭିନେଶଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେବାକୁ ବ୍ରିଜ ଭୂଷଣଙ୍କୁ ମନା କଲା ବିଜେପି

Published By : Prameya-News7 Bureau | September 08, 2024 IST

indiatoday

ନୂଆଦିଲ୍ଲୀ: ଅଲିମ୍ପିକ ବିଜେତା ବଜରଙ୍ଗ ପୁନିଆଁ ଭିନେଶ ଫୋଗାଟ କଂଗ୍ରେସରେ ମିଶିବା ପରେ ବିଜେପିର ପୂର୍ବତନ ସାଂସଦ ବ୍ରିଜଭୂଷଣ ଶରଣ ସିଂହ ସେମାନଙ୍କୁ ଟାର୍ଗେଟ୍ କରୁଛନ୍ତି। କୁସ୍ତି ଯୋଦ୍ଧାଙ୍କ ବିରୋଧରେ ନାନା ମନ୍ତବ୍ୟ ଦେଉଛନ୍ତି। ହେଲେ ଏବେ ଦଳ ତାଙ୍କୁ ଏପରି କରିବାକୁ ମନା କରିଦେଇଥିବା ସୂଚନା ମିଳିଛି। ବଜରଙ୍ଗ ପୁନିଆଁ ଓ ଭିନେଶ ଫୋଗାଟଙ୍କ ବିରୋଧରେ କୌଣସି ମନ୍ତବ୍ୟ ନ ଦେବାକୁ ବିଜେପି ବ୍ରିଜ ଭୂଷଣଙ୍କୁ ନିର୍ଦ୍ଦେଶ ଦେଇଥିବା ଜତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି। 

ଆଗକୁ ହରିଆଣା ବିଧାନସଭା ନିର୍ବାଚନ ଥିବାରୁ ବଜରଙ୍ଗ ପୁନିଆଁ ଓ ବିନେଶ ଫୋଗାଟ କଂଗ୍ରେସରେ ଯୋଗ ଦେଇଥିଲେ। ଏହାପରେ ବିଜ୍ରଭୂଷଣ ସେମାନଙ୍କୁ ଆଟାକ କରିବା ଆରମ୍ଭ କରିଦେଇଥିଲେ। ମିଡିଆରେ ପ୍ରତିକ୍ରିୟା ଦେଇ ବ୍ରିଜ ଭୂଷଣ କହିଥିଲେ ଭିନେଶ ଓ ବଜରଙ୍ଗ କୁସ୍ତିରେ  ବଡ଼ ନାଁ କରିଥିଲେ। ଲୋକପ୍ରିୟ ହୋଇଥିଲେ। ହେଲେ କଂଗ୍ରେସର ଯୋଗ ଦେବା ପରେ ସେମାନଙ୍କ ପରିଚୟ(ନାଁ) ଲିଭିଯିବ।  

ସୂଚନା ଥାଉକି ଭିନେଶଫୋଗାଟ ଓ ବଜରଙ୍ଗ ପୁନିଆଁ ବ୍ରିଜ ଭୂଷଣଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ପ୍ରବଳ ବିରୋଧ ପ୍ରଦର୍ଶନ କରିଥିଲେ। ଏହାପରେ ବ୍ରିଜ ଭୂଷଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏବେ ଦୁଇ ରେସଲର କଂଗ୍ରେସରେ ମିଶିଛନ୍ତି। 

ଯାହାକୁ ନେଇ ବ୍ରିଜଭୂଷ ଫୋଗାଟ ଓ ପୁନିଆଁଙ୍କୁ ଟାର୍ଗେଟ କରିଛନ୍ତି। ସେ  କହିଛନ୍ତି ସେମାନେ ଯେ ହରିଆଣା ବିଧାନସଭା ନିର୍ବାଚନ ଜିତିଯିବେ ଏକଥା  ଭାବିବା ଭୁଲ୍। ସେମାନେ ଯେଉଁଠି ନିର୍ବାଚନ ଲଢ଼ିବେ ସେଇ ସିଟରେ ବିଜେପିର ଜଣେ ଛୋଟ କର୍ମଚାରୀ ତାଙ୍କୁ ହରାଇଦେବ। 

ସୂଚନା ଥାଉକି ଭିନେଶ କଂଗ୍ରେସର ଯୋଗ ଦେବା ପରେ ଦଳ ତାଙ୍କୁ ଜୁଲନା ବିଧାନସଭା ଆସନରୁ ଟିକେଟ ଦେଇଛି। ଅନ୍ୟପଟେ ବଜରଙ୍ଗ ପୁନିଆଁଙ୍କୁ ଅଲ୍ ଇଣ୍ଡିଆ କିଶାନ କଂଗ୍ରେସ ମୁଖ୍ୟ ଭାବେ ନିଯୁକ୍ତି ଦେଇଛି ଦଳ। ତା ସହିତ ସେ ନିର୍ବାଚନରେ ମଧ୍ୟ ଭାଗ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.