ବିଜେପିର ୧୦୦ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ, ଶନିବାର ହୋଇପାରେ ଘୋଷଣା

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ, ୦୨/୦୩: ଲୋକସଭା ନିର୍ବାଚନ ପାଇଁ ୧୦୦ ଆସନରେ ବିଜେପିର ପ୍ରାର୍ଥୀ ଚୂଡ଼ାନ୍ତ ! ଖୁବଶୀଘ୍ର ଦଳୀୟ ମୁଖ୍ୟାଳୟରେ ହେବ ଘୋଷଣା । ଶନିବାର ଭାରତୀୟ ଜନତା ପାର୍ଟି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଲୋକସଭା ନିର୍ବାଚନ ଲାଗି ଗୁରୁବାର ରାତିରେ ବସିଥିଲା ବୈଠକରେ ବିଜେପି ବରିଷ୍ଠ ନେତା ମାନସ ମାନ୍ଥନ କରିଥିଲେ । ଏଥିରେ ପ୍ରଥମ ପର୍ଯ୍ୟାୟରେ ଶହେ ପ୍ରାର୍ଥୀଙ୍କ ନାଁ ଷୋଘଣା ନେଇ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରୁ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରରୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୌରୁ ଲଢ଼ିବା ନେଇ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଅନ୍ୟପଟେ ୨୦୧୯ରେ  ଅଳ୍ପ ଭୋଟ୍ ବ୍ୟବଧାନରେ ହାତରୁ ଯାଇଥିବା ଆସନଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଛି । ବିଳମ୍ବିତ ରାତିରେ ୪ ଘଣ୍ଟା ଧରି ବସିଥିବା ବୈଠକରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ,  ଗୁଜରାଟ, ଆସାମ, କେରଳ, ତେଲଙ୍ଗାନା ପ୍ରମୁଖ  ରାଜ୍ୟକୁ ବିଜେପି ଫୋକସ୍‌ କରିଛି । ମିଟିଂରେ  ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, ଶାହ, ରାଜନାଥ  ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ସୂଚନା ଅନୁସାରେ, ଆସନ୍ତା ଏପ୍ରିଲ ଓ ମେ’ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଏବେ ରାଜ୍ୟସଭାରେ ଥିବା କେତେକ ପ୍ରମୁଖ ନେତା ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ।  କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବ, ନିର୍ମଳା  ସୀତାରମଣ, ସର୍ବାନନ୍ଦ ସୋନୋୱାଲ,  ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭି.  ମୁରଲୀଧରନ ପ୍ରମୁଖ ରାଜ୍ୟସଭା ସାଂସଦ  ଏହି ତାଲିକାରେ ରହିଛନ୍ତି । ଏଥିସହ ବିଜେପି କେତେକ ପ୍ରମୁଖ ନୂଆ ଚେହେରା ଏବଂ ମହିଳାଙ୍କୁ  ସିଧାସଳଖ ଲୋକସଭା ଟିକେଟ ଦେବାକୁ ନିଷ୍ପତ୍ତି ନେଇଛି ।

wp:embed {"url":"https://www.prameyanews7.com/middle-east-baps-hindu-temple-in-abu-dhabi-opens/","type":"wp-embed","providerNameSlug":"prameya-news-7"}
https://www.prameyanews7.com/middle-east-baps-hindu-temple-in-abu-dhabi-opens/
/wp:embed

ବିଜେପି ଭୋଜପୁରୀ  ଷ୍ଟାର୍ ପୱନ ସିଂଙ୍କୁ ପଶ୍ଚିମବଙ୍ଗର ଆସାନସୋଲ ଟିକେଟ ଦେଇପାରେ । ପ୍ରାର୍ଥୀ ତାଲିକା ପ୍ରସ୍ତୁତି  ପାଇଁ ବିଜେପି ଜୋରଦାର କସରତ ଚଳାଇଛି ।  ନମୋ ଆପ୍‌ ଏବଂ ଅନ୍ୟ ମାଧ୍ୟମରେ ଦଳ ଜନମତ ସଂଗ୍ରହ ମଧ୍ୟ କରୁଛି । ସେମାନଙ୍କ ନିଜ ନିଜ  ଅଞ୍ଚଳରେ କେଉଁ ନେତାଙ୍କୁ ଲୋକେ ଚାହୁଁଛନ୍ତି ତାହା ଜଣାଇବାକୁ ବିଜେପି ଅପିଲ୍ କରିଛି । ଏଥିସହ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ସାଂସଦମାନେ କରିଥିବା କାମର ରିପୋର୍ଟ ମଧ୍ୟ  ହାଇକମାଣ୍ଡ ମଗାଇଛନ୍ତି । 

ସୂଚନା  ଅନୁସାରେ, ଆସନ୍ତା ୩ ତାରିଖରେ ମୋଦିଙ୍କ  ଅଧ୍ୟକ୍ଷତାରେ ପରବର୍ତ୍ତୀ ବୈଠକ ବସିବ ।  ଏଥିରେ ସମସ୍ତ ସାଂସଦଙ୍କ ରିପୋର୍ଟ କାର୍ଡର ହିସାବ କରାଯିବ । କାର୍ଯ୍ୟ ପ୍ରଦର୍ଶନ ଆଧାରରେ  ପୁରୁଣା ସାଂସଦଙ୍କ ଟିକେଟ୍ ମଧ୍ୟ କଟିପାରେ ।  ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଏବଂ ବିହାରର କେତେଜଣ ପ୍ରମୁଖ ମନ୍ତ୍ରୀ ରହିଛନ୍ତି । ଅନ୍ୟୁନ ୬୦ରୁ ୭୦ ସାଂସଦଙ୍କ ଟିକେଟ୍ କଟିପାରେ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.