ଭୁବନେଶ୍ବର ୧୧।୬: ବୁଧବାର ଶପଥ ନେବାକୁ ଯାଉଛନ୍ତି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଶପଥ ସମାରୋହ ପାଇଁ ରାଜଧାନୀର ଜନତା ମଇଦାନକୁ ସୁସଜ୍ଜିତ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ତେବେ ଶପଥ ଗ୍ରହଣ ଉତ୍ସବକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛି ବିଜେପି ଟିମ୍ । ରାଜ୍ୟ ବିଜେପି ଟିମ୍ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହି ଟିମ୍ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ ଓ ସମୀର ମହାନ୍ତି ପ୍ରମୁଖ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି ।
ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ମନମୋହନ ସାମଲ କହିଛନ୍ତି, ଶପଥ ସମାରୋହକୁ ନବୀନ ବାବୁ ନିଶ୍ଚିତ ଆସିବେ ।
ସୂଚନାଯୋଗ୍ୟ ଯେ, ବୁଧବାର ଓଡିଶାର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଜନତା ମଇଦାନରେ ଶପଥ ଗ୍ରହଣ କରିବେ । ଅପରାହ୍ଣ ୪ଟା ୪୫ରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।
You Can Read :
ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ ପାଇଁ ନିମନ୍ତ୍ରଣ, ମହାପ୍ରଭୁଙ୍କୁ ନିମନ୍ତ୍ରଣ ପାଇଁ ପୁରୀ ଗଲା ବିଜେପି ଟିମ୍