ପୁରୀ ୨୬।୦୨ : ମନ୍ଦିର ଭିତରେ ବାଉନ୍ସର। ପୁରୀ ଲୋକନାଥ ମନ୍ଦିର ସୁରକ୍ଷା ଦାୟିତ୍ବରେ ବାଉନ୍ସର। କିଏ ଓ କାହିଁକି ମନ୍ଦିରରେ ବାଉନ୍ସର ମୁତୟନ କରାଯାଇଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।
ପବିତ୍ର ମହାଶିବରାତ୍ରି ଅବସରରେ ପ୍ରଭୁ ଲୋକନାଥ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧା ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ମୁତୟନ ହୋଇଛନ୍ତି। କିନ୍ତୁ ମନ୍ଦିର ସୁରକ୍ଷା ଦାୟିତ୍ବରେ ଦୁଇଜଣ ପ୍ରାଇଭେଟ ବାଉନ୍ସରଙ୍କୁ କିଏ ଏବଂ କାହିଁକି ମୁତୟନ କଲେ ତା'କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏହି ଦୁଇଜଣ ବାଉନ୍ସର ଭକ୍ତମାନଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଭକ୍ତଙ୍କ ଅଭିଯୋଗ ଆସିବା ପରେ ପୋଲିସ ଦୁଇଜଣ ବାଉନ୍ସରଙ୍କୁ ପଚରାଉଚରା କରିଥିବା ବେଳେ ସେମାନଙ୍କୁ ଛାଡ଼ିଦେଇଛି।
ସେପଟେ ଜାଗର ଯାତ୍ରା ପାଇଁ ପୁରୀ ଜିଲ୍ଲା, ପୋଲିସ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କାହିଁକି ବାଉନ୍ସର ମାନଙ୍କୁ ମନ୍ଦିର ଭିତରେ ମୁତୟନ କରାଗଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମଧ୍ୟ ରାତ୍ରୀରେ ପ୍ରଭୁ ଲୋକନାଥଙ୍କ ନୀତି କାନ୍ତି ପରେ ଦର୍ଶନ ଆରମ୍ଭ ହୋଇଥିଲା। କିନ୍ତୁ ସମୟରେ କୌଣସି ପୋଲିସ ମୁତୟନ ନଥିବାରୁ କିଛି ସେବାୟତ ଦୁଇଜଣ ବାଉନ୍ସରକୁ ସୁରକ୍ଷା ଦାୟିତ୍ବରେ ମୁତୟନ କରିଥିବା ଶୁଣିବାକୁ ମିଳୁଛି। ତେବେ ଏହି ଘଟଣାକୁ ନେଇ ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
କ୍ୟାପଟେନ୍ ରୋହିତ ଶର୍ମା, ଆଇସିସି ଟୁର୍ଣ୍ଣାମେଣ୍ଟରେ ହିଟ୍ମ୍ୟାନ୍ଙ୍କ ଜବରଦସ୍ତ ରେକର୍ଡ