ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ଗାଡିରେ ଥିଲେ ୫୦ ଲୋକ

Published By : Prameya-News7 Bureau | April 14, 2024 IST

ପଦ୍ମପୁର ୧୪।୦୪ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନା ଥାନା ସୁଲିଆ ନିକଟରେ ଦୁର୍ଘଟଣା ।  ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ ।

ଖବର ଅନୁଯାୟୀ, ପୁରୀରୁ ଠାକୁର ଦର୍ଶନ କରି ନୃସିଂହନାଥ ପ୍ରଭୁ ଦର୍ଶନ ପରେ ଛତିଶଗଡ଼ ନିଜ ଗାଁ ବରୋଦା ଫେରିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ବାଟରେ ପଦ୍ମପୁର ଉପଖଣ୍ଡ ବୁଡେନା ଥାନା ସୁଲିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାଫଳରେ ବସ୍‌ରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ସେପଟେ ଖବର ପାଇ ପଦ୍ମପୁର ଦମକଳ ବାହିନୀ ଏବଂ ବୁଡେନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହାସହ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.