ଚାଷୀଙ୍କ ପାଇଁ ଖୁସି ଖବର, ମଙ୍ଗଳବାର ଖାତାକୁ ଆସିବ PM କିଷାନ ଟଙ୍କା

Published By : Prameya-News7 Bureau | June 18, 2024 IST

ଭୁବନେଶ୍ୱର ୧୮।୦୬: ମଙ୍ଗଳବାର ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା । ଚାଷୀଙ୍କୁ ମିଳିବ ୨ ହଜାର ଟଙ୍କା । ଦେଶର ୯କୋଟି ୨୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦ ହଜାର କୋଟି ଟଙ୍କା । 

ବାରଣାସୀ ସଭାରୁ ୧୭ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବରଗଡ଼ରେ ହେବ ରାଜ୍ୟସ୍ତରୀୟ ପିଏମ୍ କିଷାନ ଉତ୍ସବ। ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବରଗଡ଼ରେ ମୁଖ୍ୟମନ୍ତ୍ରୀ ଏକ ରୋଡ ସୋ କରିବା ସହିତ ସାଧାରଣ ସଭାକୁ ସମ୍ବୋଧନ ମଧ୍ୟ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଉପସ୍ଥିତ ରହିବେ ।

ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ କୃଷି ବିଜ୍ଞାନ କେନ୍ଦ୍ରରେ ଅପରାହ୍ନ ୪.୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପି ଏମ କିଷାନ ଦିବସ ପାଳିତ ହେବ। ପୁରୀରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କଟକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଖୋର୍ଦ୍ଧାରେ ଆଇନ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.