ବରଗଡରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ, ୫୮ ହସ୍ପିଟାଲରେ ଭର୍ତ୍ତି : ସତର୍କ ରହିବାକୁ ପରାମର୍ଶ

Published By : Prameya-News7 Bureau | June 01, 2024 IST

ବରଗଡ ୧।୬: ସାରା ରାଜ୍ୟରେ କଲବଲ କରୁଛି ତାତି l ବରଗଡ଼ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଆଜି ତାପମାତ୍ରା ୪୨ ଡିଗ୍ରୀ ପାର କରିଛି l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସାରା ଜିଲ୍ଲାରେ ଏଯାଏଁ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୫୮ ଜଣ ଅଂଶୁଘାତର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି l ଜିଲ୍ଲାର ସମସ୍ତ ହସ୍ପିଟାଲରେ ଅଂଶୁଘାତ ଚିକିତ୍ସା କକ୍ଷର ବ୍ୟବସ୍ଥା କରାଯାଇଥିବା ବରଗଡ଼ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ ମଜୁମଦାର ସୂଚନା ଦେଇଛନ୍ତି l ଏହାସହ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି l

You Can Read :

ପ୍ରିଜାଇଡିଂ ଅଫିସର ନିଲମ୍ବିତ, ନିର୍ବାଚନ କାର୍ଯ୍ଯରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.