ଦୀର୍ଘ ୪ ବର୍ଷ ପରେ ଖୋଲିଲା ବସ୍ ସିଣ୍ଡିକେଟ୍, କର୍ମକର୍ତ୍ତାଙ୍କୁ ହସ୍ତାନ୍ତର ହେଲା କାର୍ଯ୍ୟାଳୟ

Published By : Prameya-News7 Bureau | June 19, 2024 IST

ଭଦ୍ରକ ୧୯।୬: ଦୀର୍ଘ ବର୍ଷ ପରେ ଖୋଲିଲା ବସ୍ ସିଣ୍ଡିକେଟ୍ । ପ୍ରଶାସନିକ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ତାଲା ଭାଙ୍ଗି ବସ୍ ସିଣ୍ଡିକେଟର କର୍ମକର୍ତ୍ତାଙ୍କୁ କାର୍ଯ୍ୟାଳୟ ହସ୍ତାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟକୁ ନେଇ ୨୦୨୦ ମସିହାରୁ ବିବାଦ ଦେଖାଦେଇଥିଲା । ପରେ ୨୦୨୧ ମସିହା ମାର୍ଚ୍ଚ ୨୧ ତାରିଖରୁ ସିଣ୍ଡିକେଟ କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । ଏହି ଘଟଣାକୁ ନେଇ ବିବାଦ ସହ ଆଇନଗତ ମାମଲା ମଧ୍ୟ ଆରମ୍ଭ ହୋଇଥିଲା । ତେବେ ଏବେ ଭଦ୍ରକ ତହସିଲଦାର ପ୍ରାୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ ତହସିଲଦାର ଓ ଭଦ୍ରକ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କ ଉପସ୍ଥିତିରେ ସିଣ୍ଡିକେଟ କାର୍ଯ୍ୟାଳୟର ତାଲା ଭଙ୍ଗାଯାଇ ସିଣ୍ଡିକେଟ କାର୍ଯ୍ୟକର୍ତ୍ତାଙ୍କୁ ହସ୍ତାନ୍ତର କରାଯାଇଛି । ବସ ସିଣ୍ଡିକେଟ କର୍ମକର୍ତ୍ତାମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି । ତେବେ ଏହି ସିଣ୍ଡିକେଟ ପରିସରରେ ପୋଲିସ ମୁତୟନ କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ।

You Can Read :

ଶଙ୍ଖ ନଦୀରେ ବୁଡ଼ି ଦୁଇ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ, ଗାଧୋଇବା ବେଳେ ଘଟିଲା ଅଘଟଣ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.