ବ୍ରହ୍ମପୁରରେ ଜମୁଛି ପ୍ରଚାର, ଦଣ୍ଡନାଚ ଭିଡରେ ଭୋଟ୍ ଭିକ୍ଷା କରୁଛନ୍ତି ନେତା

Published By : Prameya-News7 Bureau | April 10, 2024 IST

ବ୍ରହ୍ମପୁର ୧୦।୪: ଚା’ଖଟି, ପାର୍କ ସବୁଠି ଲାଗିଛି ଭିଡ଼ । ଦଳୀୟ କର୍ମୀ, ସମର୍ଥକଙ୍କ ଗହଣରେ ନେତା କରୁଛନ୍ତି ପ୍ରଚାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ । ବିଜେଡ଼ି ପ୍ରାର୍ଥୀ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସକାଳୁ ସକାଳୁ ରାମଲିଙ୍ଗେଶ୍ୱର ପାର୍କ ଠାରେ ପହଞ୍ଚି ଲୋକଙ୍କୁ ସାକ୍ଷାତ କରି ଭୋଟ୍ ଭିକ୍ଷା କରିଛନ୍ତି । ପରେ ନିକଟସ୍ଥ ଚା’ ଖଟିରେ ପହଞ୍ଚି ଲୋକଙ୍କ ସହ ଚା’ ପିଇ ଭୋଟ୍ ନିବେଦନ କରିଛନ୍ତି । ଚାଲିଚାଲି ପ୍ରଚାର କରି ନିଆରା ଢଙ୍ଗରେ ଭୋଟ୍ ଭିକ୍ଷା କରିଛନ୍ତି । ନବୀନ ସରକାରଙ୍କ ଜନ ହିତକର ଯୋଜନା ଏବଂ ବିଜେଡ଼ିର ଲୋକ ପ୍ରିୟତାକୁ ଆଧାର କରି ବିଜୟୀ ହେବା ଆଶା ରଖିଥିବା କହିଛନ୍ତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ମେୟର ସଙ୍ଘମିତ୍ରା ଦଳେଇ, ଦଳୀୟ କର୍ମୀ ମଧ୍ୟ ସାଙ୍ଗରେ ମିଶି ଲୋକଙ୍କୁ ଭୋଟ ନିବେଦନ କରିଛନ୍ତି । ସରଳ, ଅମାୟକ, ଭଦ୍ର, ବୁଦ୍ଧିଜିବୀ ଭଳି ଜଣେ ପ୍ରାର୍ଥୀ ଭୋଟ ଭିକ୍ଷା କରିଛନ୍ତି । ନିଶ୍ଚିତ ଭାବେ ଏଭଳି ଜଣେ ବ୍ୟକ୍ତିଙ୍କୁ ଭୋଟ ଦେବୁ ବୋଲି ଭୋଟର କହିଛନ୍ତି ।

ବିଜେପି ପ୍ରାର୍ଥୀ କେ. ଅନିଲ କୁମାର ମଧ୍ୟ ଲୋକଙ୍କ ସହ ମିଶି ଭୋଟ ଭିକ୍ଷା କରୁଛନ୍ତି । କେତେବେଳେ ସକାଳୁ ତ ଆଉ କେତେବେଳେ ରାତିରେ ବୁଲିବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଦଣ୍ଡ ନାଚର ଭିଡ଼ ଭିତରେ ହେଉ କି ରାସ୍ତା କଡ଼ ଦୋକାନ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି । ମୋଦୀ ସରକାରଙ୍କ ଲୋକ କଲ୍ୟାଣ ଯୋଜନା ଏବଂ ଦଳର ଲୋକ ପ୍ରିୟତାକୁ ଆଧାର କରି ବିଜୟୀ ହେବା ଆଶା ରଖିଥିବା କହିଛନ୍ତି କେ. ଅନିଲ କୁମାର । ଜଣେ ଯୁବ ନେତା ଭାବେ ପୂର୍ବରୁ କାଉନସିଲର ହୋଇ ଅଞ୍ଚଳର ବିକାଶ କରିଛନ୍ତି । ସେହିଭଳି ଜଣେ ଯୁବ ନେତାଙ୍କୁ ଭୋଟ ଦେବୁ ବୋଲି କହିଛନ୍ତି ଜଣେ ସାଧାରଣ ଲୋକ ।

You Can Read :

ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.