ରେଭେନ୍ସା ନାଁ ପରିବର୍ତ୍ତନ ଆନ୍ଦୋଳନ ଜାରି : ଉଠିଲା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି

Published By : Prameya-News7 Bureau | September 17, 2024 IST

କଟକ ୧୭।୯: ରେଭେନ୍ସା ନାଁ ପରିବର୍ତ୍ତନ ନେଇ ଆନ୍ଦୋଳନ ଓ ବିକ୍ଷୋଭ ଜାରି ରହିଛି । ମଙ୍ଗଳବାର କଟକ କଲେଜ ଛକରେ ଦଳ ମତ ନିର୍ବିଶେଷରେ ରେଭେନ୍ସାର ପ୍ରାକ୍ତନ ଛାତ୍ର ନେତା ଏକାଠି ହୋଇ ନାମ ପରିବର୍ତ୍ତନ ବିତର୍କ ଆହ୍ବାନକୁ ସମାଲୋଚନା କରିଥିଲେ । ଏହାସହ ଛାତ୍ର ନେତା ମାନେ ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦାବି ସହ ବିଶ୍ବବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକ ପଦ ପୂରଣ କରିବା ପାଇଁ ଦାବି କରିଛନ୍ତି । ଛାତ୍ର ନେତା ମାନେ କଟକ ସାଂସଦ ଭର୍ତ୍ତୃହରି ମହତାବ ରେଭେନ୍ସା ନାମ ପରିବର୍ତ୍ତନ ସପକ୍ଷରେ ଲେଖିଥିବା ସ୍ତମ୍ଭକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି ।


You Can Read:

ମହିଳାଙ୍କ ଆକାଉଣ୍ଟକୁ ଗଲା ‘ସୁଭଦ୍ରା’ କିସ୍ତି ଟଙ୍କା, ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.