ଆରମ୍ଭ ହେଲା ନୂଆ ଅଧ୍ୟାୟ ; ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩, ଶ୍ରୀହରିକୋଟାରୁ ସଫଳ ଉତକ୍ଷେପଣ

Published By : Prameya-News7 Bureau | July 14, 2023 IST

ନୂଆଦିଲ୍ଲୀ ୧୪/୦୭: ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ିହେଲା ଏକ ନୂଆ ଅଧ୍ୟାୟ। ଚନ୍ଦ୍ରପୃଷ୍ଟକୁ ସଫଳ ଉତକ୍ଷେପଣ ହେଲା ଚନ୍ଦ୍ରଯାନ- । ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩ । ଚନ୍ଦ୍ରର ଅପହଞ୍ଚ ଅଞ୍ଚଳରେ ପହଞ୍ଚି ଇତିହାସ ରଚିବା ଲକ୍ଷ୍ୟରେ ରହିଛି ଭାରତ। ଚନ୍ଦ୍ରଯାନ-୩ର ସଫଳତା ନେଇ ଇସ୍ରୋର ବୈଜ୍ଞାନିକମାନେ ଏକ ପ୍ରକାର ନିଶ୍ଚିତ ଅଛନ୍ତି।

{"id":816881,"width":829,"height":490,"sizeSlug":"full","linkDestination":"none"}
Ndtv

ଲଞ୍ଚପ୍ୟାଡରୁ ଉତକ୍ଷେପଣ ହେଲା ବିଶାଳକାୟ LVM3-M4। ୪୩.୫ ମିଟର ଉଚ୍ଚ ଓ ୬୪୨ ଟନ୍ ଓଜନ ବିଶିଷ୍ଟ ଭାରତର ସର୍ବବୃହତ୍ ଲଞ୍ଚ ଭେହିକିଲ୍ ମାର୍କ-ଥ୍ରୀର ଏହା ହେବ ଚତୁର୍ଥ ମିଶନ୍। ଭୂପୃଷ୍ଠ ଛାଡ଼ିବାର ପ୍ରାୟ ୧୬ ମିନିଟ୍ ପରେ ପ୍ରାୟ ୧୮୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ ପ୍ରାରମ୍ଭିକ କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରୟାନ-୩।  ଏଥିରେ ରହିବ ମୋଟ ୩ହଜାର ୯ଶହ କିଲୋଗ୍ରାମ ଓଜନର ପ୍ରପଲସନ୍ ମଡ୍ୟୁଲ, ଲ୍ୟାଣ୍ଡର୍ ଓ ରୋଭର୍। ସେଠାରୁ ଏହା ଯୋଜନା ମୁତାବକ ଚନ୍ଦ୍ର ଅଭିମୁଖେ ଅଗ୍ରସର ହେବ ଏବଂ ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।

{"id":816882,"width":836,"height":473,"sizeSlug":"full","linkDestination":"none"}

ସବୁକିଛି ଯୋଜନା ଅନୁଯାୟୀ ଚାଲିଲେ ଇତିହାସ ରଚିବ ଭାରତ। ୨୦୧୯ରେ ଲଞ୍ଚ ହୋଇଥିବା ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ବଦଳରେ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା । ଆଜି ଉତକ୍ଷେପଣ ହେବାକୁ ଥିବା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରରେ ଅନେକ ଗୁଡିଏ ପରିବର୍ତ୍ତନର କରାଯାଇଛି । ଲ୍ୟାଣ୍ଡରର ଡିଜାଇନ ଅଧିକ ବିକଶିତ କରାଯାଇଛି। ବିଶେଷ କରି ଲ୍ୟାଣ୍ଡିଂ ଅଞ୍ଚଳ, ଇଲେକ୍ଟ୍ରୋନିକ୍ସ ସରଞ୍ଜାମ, ସେନସେର୍, ଭେଲୋସିଟିକୁ ମଧ୍ୟ ବିଶେଷ ଭାବେ ଧ୍ୟାନରେ ରଖି ପ୍ରସ୍ତୁତି କରାଯାଇଛି । ଚନ୍ଦ୍ରଯାନ-୩ ଉତକ୍ଷେପଣ ହେବା ପରେ ମହାକାଶରେ ପୂରା ପ୍ରକ୍ରିୟା ୪୨ ଦିନ ଧରି ଚାଲିବ।

ଚନ୍ଦ୍ରାୟନ-୩ରେ ରହିଛି ୩ଟି ମଡ୍ୟୁଲ୍- ପ୍ରୋପଲସନ୍ , ଲ୍ୟାଣ୍ଡର ଏବଂ ରୋଭର୍ । ପ୍ରୋପଲସନ୍ ମଡ୍ୟୁଲ ଅନୁଯାୟୀ ଚନ୍ଦ୍ର ପୃଷ୍ଠରୁ ୧୦୦କିମି ଦୂର କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରାୟନ-୩ । ଏହାପରେ ଅଗଷ୍ଟ ୨୩ କିମ୍ବା ୨୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଲ୍ୟାଣ୍ଡର ।

{"id":816895,"width":844,"height":447,"sizeSlug":"full","linkDestination":"none"}
Mint

ମିଶନ ସଫଳ ହେଲେ ଏହା କରିବାରେ ଭାରତ ପାଲଟିବ ବିଶ୍ବର ଚତୁର୍ଥ ଦେଶ । କାରଣ ଏହା ପୂର୍ବରୁ ଆମେରିକା , ରୁଷ୍ ଏବଂ ଚୀନ୍ ପାଇଥିଲା ସଫଳତା। ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାରେ ଭାରତ ହେବ ପ୍ରଥମ ଦେଶ । ଯେଉଁଠି ବରଫର ସନ୍ଧାନ ମିଳିଛି । ଏଠାରେ କେତେ ପରିମାଣର ଜଳ ରହିଛି, ତାର ପରୀକ୍ଷା କରିବ ଚନ୍ଦ୍ରଯାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.