ରାମଲାଲାଙ୍କୁ ମନ୍ଦିରରେ କେବେଠୁ ଦେଖିପାରିବେ ଭକ୍ତ, ଜାଣି ରଖନ୍ତୁ ଆଳତି ଏବଂ ଦର୍ଶନ ସମୟ

Published By : Prameya-News7 Bureau | January 22, 2024 IST

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲାଲା ବିରାଜମାନ କରିଛନ୍ତି । ସୋମବାର ବ୍ରହ୍ମ ମୁହୂର୍ତ୍ତରେ ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରାୟ ସାତ ହଜାର ଅତିଥି ଏହି ମୁହୂର୍ତ୍ତର ସାକ୍ଷୀ ହୋଇଛନ୍ତି । ଏହାସହ ମଙ୍ଗଳବାରଠାରୁ ମନ୍ଦିର ସବୁ ଲୋକଙ୍କ ପାଇଁ ଖୋଲିଯିବ । ଅନୁମାନ କରାଯାଉଛି ଯେ ପ୍ରତିଦିନ ମନ୍ଦିରକୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ହଜାର ହଜାର ହୋଇପାରେ ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଅଫିସିଆଲ୍ ୱେବସାଇଟ୍ ଅନୁସାରେ, ରାମଲାଲାଙ୍କ ଦର୍ଶନ ସକାଳେ ପ୍ରାୟ ସାଢେ ଚାରି ଘଣ୍ଟା ଏବଂ ଅପରାହ୍ଣରେ ପାଞ୍ଚ ଘଣ୍ଟା କରିପାରିବେ । ଶ୍ରଦ୍ଧାଳୁ ସକାଳ ୭ଟାରୁ ଦିନ ୧୧.୩୦ ଯାଏ ଦର୍ଶନ କରିପାରିବେ । ଏହାପରେ ଅପରାହ୍ଣ ୨ଟାରୁ ପୁଣି ଥର ଦର୍ଶନ ଆରମ୍ଭ ହେବ । ସଂଧ୍ୟା ୭ଟା ଯାଏ ଭଗବାନଙ୍କ ଦର୍ଶନ ହୋଇପାରିବ ।

ପଢନ୍ତୁ: ମନ୍ଦିରରେ ବିରାଜିଲେ ରାମଲାଲା…ହଜାରେ ବର୍ଷ ଯାଏ ମନେ ରହିବ ଆଜିର ଦିନ; ଅଯୋଧ୍ୟାରେ ଭାବୁକ ହେଲେ ପିଏମ୍ ମୋଦୀ

ଅଯୋଧ୍ୟାରେ ରାମ ମନ୍ଦିରରେ ଶୃଙ୍ଗାର ଆଳତି ସକାଳ ୬.୩୦ ମିନିଟରେ ହେବ । ସେହିପରି ସଂଧ୍ୟା ଆଳତି ସାତଟା ୩୦ ମିନିଟରେ କରାଯିବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଳତିରେ ସାମିଲ ହେବା ପାଇଁ ଶ୍ରଦ୍ଧାଳୁଙ୍କ ନିକଟରେ ପାସ୍ ରହିବା ଜରୁରି । ନିଶୁଳ୍କ ପାସକୁ ଅନଲାଇନ୍ କିମ୍ୱା ଅଫଲାଇନରେ ପାଇପାରିବେ । ଶ୍ରଦ୍ଧାଳୁ ସରକାରୀ ପରିଚୟ ପତ୍ର ଦେଇ ଶ୍ରୀରାମ ଜନ୍ମଭୂମି ସ୍ଥିତ କ୍ୟାମ୍ପକୁ ଅଫଲାଇନ ପାସ୍ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.