ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି : ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | September 03, 2024 IST

ଭୁବନେଶ୍ବର ୩।୯: ହାଇକୋର୍ଟ ବେଞ୍ଚକୁ ନେଇ ଗୃହରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ହାଇକୋର୍ଟ ବେଞ୍ଚ ସମ୍ପର୍କରେ ଗତକାଲି ଯେଉଁ ଉତ୍ତର ଦିଆ ଯାଇଥିଲା ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୁହାଯାଇଥିଲା । କିନ୍ତୁ ମୁଁ ଗୃହକୁ ଅବଗତ କରାଇବା ପାଇଁ ଚାହୁଁଛି ଯେ ହାଇକୋର୍ଟ ବେଞ୍ଚ ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ରହିଛି । ଲୋକଙ୍କୁ ତ୍ୱରିତ ଗତିରେ ନ୍ୟାୟ ଦେବା ପାଇଁ ସରକାର ବଧ ପରିକର ବୋଲି ଗୃହରେ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ।

ସେପଟେ ବିଧାୟକ କଳିକେଶ ନାରାୟଣ ସିଂଦେଓ କହିଛନ୍ତି, ସୋମବାର ମୁଖ୍ୟମନ୍ତ୍ରୀ କହିଥିଲେ ସୁପ୍ରିମକୋର୍ଟ ଆଧାରରେ କୌଣସି ପ୍ରସ୍ତାବ ନାହିଁ । ଆଜି ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସରକାରଙ୍କ ପାଖରେ ବିଚାରାଧୀନ ଅଛି । ଆମେ ବିଚାରାଧୀନ କେତେ ବର୍ଷ ରଖିବା ମୁଖ୍ୟମନ୍ତ୍ରୀ ଗୃହକୁ ପ୍ରତିଶୃତି ଦେବା କଥା ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବ । ବଲାଙ୍ଗୀରର ପ୍ରଥମ ଅଧିକାର ଅଛି । ସ୍ୱାଧୀନତା ଆଗରୁ ବଲାଙ୍ଗୀର ଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବି ଗୃହରେ ପ୍ରତିଶୃତି ଦିଅନ୍ତୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବେ । 

ବିଜେପି ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି, ପଶ୍ଚିମ ଓଡ଼ିଶାକୁ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ଅଛି । ସରକାର ଯାହା ବିଚାର କରିବେ, ସମସ୍ତଙ୍କ ସୁବିଧାରେ ହେବ । କ୍ୟାବିନେଟ୍ ନିଷ୍ପତ୍ତି ପରେ ଯାହା କହି ହେବ । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ଲୋକଙ୍କୁ ନେଇ ନେବେ ।

 

 

You Can Read:

୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ରୋଗୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.