୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ରୋଗୀ

Published By : Prameya-News7 Bureau | September 03, 2024 IST

ସାଲେପୁର ୩।୯: ଚଳନ୍ତା ଆମ୍ବୁଲାନ୍ସରେ ଲାଗିଲା ନିଆଁ । ଏକ ବଡ଼ ଅଘଟଣରୁ ବର୍ତ୍ତିଗଲେ ରୋଗୀ । ଏଭଳି ଘଟଣା ଘଟିଛି କଟକ-ସାଲେପୁର ରାସ୍ତାର ଶିଶୁଆ ବଜାରରେ । 

ସୂଚନାଯୋଗ୍ୟ ଯେ, ୧୦୮ ଆମ୍ବୁଲାନ୍ସଟି ରୋଗୀ ନେଇ ସାଲେପୁର ମେଡିକାଲରୁ କଟକ ଅଭିମୁଖେ ଯାଉଥିବା ବେଳେ ହଠାତ ଆମୁଲାନ୍ସରେ ଅଗ୍ନିକାଣ୍ଡ ଘଟିଥିଲା । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହା ସହ ରୋଗୀକୁ ଉଦ୍ଧାର କରି ଅନ୍ୟ ଏକ ଆମ୍ବୁଲାନ୍ସରେ ମେଡିକାଲକୁ ପଠାଇଥିଲେ । ଯାନ୍ତ୍ରିକ ତ୍ରୁଟି ପାଇଁ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

You Can Read:

ପୋଲିସ ଗାଡିକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.