ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କମିଶନରେଟ୍ ପୋଲିସ ପ୍ରସ୍ତୁତ, ୨୪ ଘଣ୍ଟିଆ ସଜାଗ ରହିବେ ସବୁ ଥାନା ଅଧିକାରୀ : ସିପି

Published By : Prameya-News7 Bureau | October 22, 2024 IST

ଭୁବନେଶ୍ବର ୨୨।୧୦: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କମିଶନରେଟ୍ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବାତ୍ୟା ସମୟରେ ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ କହିଛନ୍ତି । ତେବେ ଯେଉଁ ଅଞ୍ଚଳରେ ଲୋକମାନେ ପାଣି ଘେରରେ ଥିବେ ସେମାନେ ସାହାଯ୍ୟ ପାଇଁ ଯୋଗାଯୋଗ କରିପାରିବେ ବୋଲି ପୋଲିସ କମିଶନର କହିଛନ୍ତି । ପୋଲିସ ସେମାନଙ୍କୁ ସହଯୋଗର ହାତ ବଢାଇବ ବୋଲି ସେ କହିଛନ୍ତି 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଟ୍ବିନ୍‌ସିଟିର ସମସ୍ତ ପୋଲିସ ଷ୍ଟେସନ ପ୍ରସ୍ତୁତ ରହିଛି । ସବୁ ଥାନା ଅଧିକାରୀଙ୍କୁ ୨୪ ଘଣ୍ଟିଆ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି । ସେହିଭଳି ବିଭିନ୍ନ ଥାନା ଅଞ୍ଚଳରେ ଘଟୁଥିବା କଳାବଜାରୀ ଉପରେ ମଧ୍ୟ ରୋକ ଲାଗାଇବା ସହ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୋଲିସ କମିଶନର ସ୍ପଷ୍ଟ କରିଛନ୍ତି ।


You Can Read:

୨୪ ରାତି ଓ ୨୫ ସକାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ସମ୍ଭାବ୍ୟ ବାତ୍ୟା, ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ରହିବ ବେଶୀ ପ୍ରଭାବ

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.