ମହିଳା ସଂରକ୍ଷଣ ବିଲ୍‌କୁ କଂଗ୍ରେସର ସମର୍ଥନ, ସୋନିଆ କହିଲେ ପୂରଣ ହେବ ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ

Published By : Prameya-News7 Bureau | September 20, 2023 IST

ନୂଆଦିଲ୍ଲୀ ୨୦/୦୯: ମହିଳା ଆରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଲୋକସଭାରେ ବିତର୍କ ଜାରି ରହିଛି । ଏହି ସମୟରେ ସୋନିଆ ଗାନ୍ଧୀ ନିଜ ବକ୍ତବ୍ୟ ରଖି କହିଛନ୍ତି, କଂଗ୍ରେସ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି । ପୂର୍ବରୁ ରାଜୀବ ଗାନ୍ଧୀ ଏହି ବିଲ୍ ଆଣିଥିଲେ ।

ଏହି ବିଲ୍ ଦ୍ୱାରା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ପୂରଣ ହେବ । ୧୩ବର୍ଷ ହେବ ମହିଳାମାନେ ଅପେକ୍ଷା କରି ରହିଛନ୍ତି । ବିଲ୍‌ରେ ଓବିସି, ଏସସି, ଏସଟିଙ୍କୁ ବି ସାମିଲ କରାଯାଉ । ହେଲେ ଏହା ଭିତରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ବି କରିଛନ୍ତି ସୋନିଆ । ସେ କହିଛନ୍ତି, ଏତେ ବର୍ଷ ଧରି ମହିଳାମାନେ ରାଜନୈତିକ ନେତୃତ୍ୱ ନେବାକୁ ଅପେକ୍ଷା କରି ରହିଛନ୍ତି ।

ଏବେ ସେମାନଙ୍କୁ ଆହୁରି କାହିଁକି ଅପେକ୍ଷା କରିବାକୁ ପଡିବ । ଯଦି ବିଲ ଆଣୁଛ ତାହାଲେ ତୁରନ୍ତ ଲାଗୁ କରିବାକୁ ଅପିଲ କରିଛନ୍ତି ସୋନିଆ । ସୂଚନା ଅନୁସାରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଆଇନରେ ପରିଣତ ହେଲେ ବି ଏହା ତୁରନ୍ତ ଲାଗୁ ହେବ ନାହିଁ । ଆଗାମୀ ଜନଗଣା ପରେ ୨୦୨୬ରୁ ଏହା ଲାଗୁ କରାଯାଇପାରେ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.