୧୫୦ ଥର କଲ୍ ପରେ ଫୋନ୍ ଉଠାଇଲାନି ସ୍ତ୍ରୀ, ୨୩୦ କିଲୋମିଟର ଯାତ୍ରା ପରେ ହତ୍ୟା କଲା କନଷ୍ଟେବଲ ସ୍ୱାମୀ

Published By : Prameya-News7 Bureau | November 08, 2023 IST

ବେଙ୍ଗାଲୁରୁ ୦୮/୧୧: ସ୍ତ୍ରୀ ଉଠାଇଲାନି ଫୋନ୍ କଲ୍ । ଥରେ କି ଦୁଇଥର ନୁହେଁ, ୧୫୦ ଥର ଫୋନ୍ କଲେ । ଶେଷରେ ବାଧ୍ୟହୋଇ ରାଗିଗଲେ କନଷ୍ଟେବଲ ସ୍ୱାମୀ । ଆଉ ଘଟାଇ ବସିଲେ ଚରମ କାଣ୍ଡ । ନିୟନ୍ତ୍ରଣ ହରାଇ ବସିଲା କନଷ୍ଟେବଳ ସ୍ୱାମୀ । ଫୋନ୍ ନଉଠାଇବାରୁ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । କର୍ଣ୍ଣାଟକ ଚମରାଜନଗରରେ ଘଟିଛି ଏମିତି ଘଟଣା ।

୨୩୦ କିଲୋମିଟର ଯାତ୍ରା କରି ବାପ ଘରେ ଥିବା ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ କିଶୋର । ସୂଚନା ଥାଉକି, ଚମରାଜନଗରରେ ପୋଲିସ କନଷ୍ଟେବଳ ଭାବେ କାମ କରନ୍ତି କିଶୋର ଡି । ନିକଟରେ ସେ ବାପା ହୋଇଥିଲେ । ତାଙ୍କ ସ୍ତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ହେଲେ ପୁଅ ହେବା ପରେ ସେ ବାପ ଘରେ ଥିଲେ । କୌଣସି ବିବାଦ ନେଇ ସ୍ୱାମୀ–ସ୍ତ୍ରୀଙ୍କ ଭିତରେ ଝଗଡା ହୋଇଥିଲା । ଏହାପରେ କିଶୋର, ପତ୍ନୀ ପ୍ରତିଭାଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି ସେ ଫୋନ୍ ଉଠାଇ ନଥିଲେ ।

ଦେଢଶହ ଥର ଫୋନ୍ କରିବା ପରେ ବି ପତ୍ନୀ ଫୋନ୍ ନଉଠାଇବାରୁ ୨୫୦ କିମି ଦୂର ଶ୍ୱଶୁର ଘର ଯାଇ କିଶୋର, ପତ୍ନୀ ପ୍ରତିଭାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ପ୍ରତିଭାଙ୍କ ବୟସ ୨୪ ବର୍ଷ ହୋଇଥିବାବେଳେ କିଶୋରଙ୍କ ବୟସ ୩୨ ବର୍ଷ । ଗତବର୍ଷ ନଭେମ୍ବର ୧୧ ତାରିଖରେ ଦୁହିଁଙ୍କର ବିବାହ ହୋଇଥିଲା । ସେପଟେ ପୋଲିସ ଏହି ମାମଲାରେ କିଶୋରଙ୍କୁ ଗିରଫ କରି ତଦନ୍ତ କରୁଛି ।

you can also read....

wp:embed {"url":"https://www.prameyanews7.com/national-nia-is-conducting-raids-in-10-states-in-human-trafficking-case/","type":"wp-embed","providerNameSlug":"prameya-news-7"}
https://www.prameyanews7.com/national-nia-is-conducting-raids-in-10-states-in-human-trafficking-case/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.