ଖାଇବା ସାରି ଶୋଇଥିଲେ ଦମ୍ପତି, ହାତୀ ଆକ୍ରମଣରେ ଚାଲିଗଲା ଉଭୟଙ୍କ ଜୀବନ

Published By : Prameya-News7 Bureau | September 02, 2024 IST

Breaking_1

ପାଟଣାଗଡ ୦୨।୦୯ : ବଲାଙ୍ଗୀର ଜିଲ୍ଲା ହରିଶଙ୍କର ରେଞ୍ଜ ଭାନ୍‌ପୁର ପଞ୍ଚାୟତ ଚାବିରିପାଲିରେ ଗାଁରେ ଅଘଟଣ । ହାତୀ ଆକ୍ରମଣରେ ଚାଲିଯାଇଛି ସ୍ୱାମୀ ଏବଂ ସ୍ତ୍ରୀଙ୍କ ଜୀବନ । ଘଟଣା ସଂପର୍କରେ ଖବର ପାଇ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

ଖବର ଅନୁଯାୟୀ, ରବିବାର ବିଳମ୍ବିତରେ ଚାବିରିପାଲି ଗାଁରେ ସ୍ୱାମୀ ଓ ସ୍ତ୍ରୀ ଖାଇ ସାରି ଶୋଇଥିଲେ । ଏହି ସମୟରେ ଏକ ହାତୀ ଆସି ଅତର୍କିତ ଭାବେ ଆକ୍ରମଣ କରିଥିଲା । ଯେଉଁଥିରେ ଦମ୍ପତିଙ୍କ ଜୀବନ ଚାଲିଯାଇଛି । ମୃତକ ସ୍ୱାମୀ ହେଲେ ନୀଳାମ୍ବର ବରିହା (ବୟସ ୫୪), ସ୍ତ୍ରୀ ହେଲେ ଯଶୋବନ୍ତି ବରିହା ( ବୟସ ୫୦) ବୋଲି ଜଣାପଡିଛି। ସେପଟେ ବନବିଭାଗ ପହଞ୍ଚି ଛାନ୍‌ଭିନ୍‌ ରଖୁଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.