୩ ଦିନ ଧାରଣା ଦେବା ପରେ ରାସ୍ତା ଦେଲା ଜିଲ୍ଲା ପ୍ରଶାସନ, ଦିନକ ପରେ ପୁଣି ଛଡାଇନେଲା

Published By : Prameya-News7 Bureau | December 04, 2024 IST

ସୁବର୍ଣ୍ଣପୁର ୪।୧୨: ଆମକୁ ରାସ୍ତା ଦିଅ ନଚେତ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦିଅ ଏହିପରି ଦାବି ରଖି ୩ ଦିନ ଧାରଣା ଦେବା ପରେ ଜିଲ୍ଲା ପ୍ରଶାସନ ରାସ୍ତା ଦେଲା । କିନ୍ତୁ ରାସ୍ତା ଦେବାର ଦିନକ ପରେ ପୁଣି କିଛି ପ୍ରଶାସନିକ ଅଧିକାରୀ ଏହି ରାସ୍ତା ଜିଲ୍ଲା ବିଜୁଳି ବିଭାଗର କହି ବନ୍ଦ କରିଦେଲେ । ଏହାକୁ ନେଇ ପୁଣି ୪ ଦିନ ହେବେ ଆମରଣ ଅନଶନରେ ବସିଛନ୍ତି ସ୍ଵାମୀ ଓ ସ୍ତ୍ରୀ । ଏହିପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ । ନିଜ ଘରକୁ ଏକ ସବୁ ଦିନିଆ ରାସ୍ତା ପାଇଁ ଆମରଣ ଅନସନରେ ବସିଲେ ଗୋଟିଏ ପରିବାରର ଦୁଇ ଅସହାୟ ସ୍ୱାମୀ-ସ୍ତ୍ରୀ । 

ସୋନପୁର ସହର ଗ୍ରୀଡ କଲୋନୀରେ ଗତ କିଛି ବର୍ଷ ତଳେ ସାଧୁ ଚରଣ ପାଣିଗ୍ରାହୀ ଏକ ଘର କିଣି ଥିବା ବେଳେ ଏହି ଘରକୁ ଏକ ସବୁଦିନିଆ ରାସ୍ତା ବି ଥିଲା । ହେଲେ ଏବେ ସେହି ଘରକୁ ଯାଇଥିବା ରାସ୍ତାକୁ ହରି ସାହୁ ଓ ରତ୍ନାକର ସହୁ ମିଶି ଏକ ୮ ଫୁଟିଆ ସିମେଣ୍ଟ ବାଡ଼ ଦେଇ ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ କୌଣସି ଜରୁରୀ କାମ ବା ମେଡିକାଲ କାମ ପଡିଲେ ପରିବାରକୁ ବହୁ ଅସୁବିଧାରେ ଯିବାଆସିବା କରିବାକୁ ପଡୁଛି । ଏପରିକି କିଛି ଦିନ ତଳେ ସ୍ତ୍ରୀଙ୍କୁ ସ୍ଥାନୀୟ ମେଡିକାଲ ନେବା ପାଇଁ ଅଗ୍ନିଶମ ବାହିନୀର ସାହାଯ୍ୟ ନେବାକୁ ମଧ୍ୟ ପଡିଥିଲା । ନଚେତ ସବୁଦିନ ବହୁ କଷ୍ଟରେ ବାଡ଼ ଡେଇଁ ଯିବାଆସିବା କରୁଛନ୍ତି । ଏହି ସମ୍ପର୍କରେ ସ୍ଥାନୀୟ ଥାନା ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ରାସ୍ତା ପାଇଁ ଗୁହାରି କରିଥିଲେ ଓ ଅନଶନରେ ବସିବା ପରେ ରାସ୍ତା ଦେଇଥିଲା ପ୍ରଶାସନ । ହେଲେ ଏବେ ପୁଣି ସେହି ରାସ୍ତାକୁ ପ୍ରଶାସନ ବନ୍ଦକରି ଦେଇଥିବାରୁ ଅନଶନରେ ବସିଛନ୍ତି ପରିବାର । କୌଣସି ଉପାୟ ନପାଇ ୪ ଦିନ ହେବ ବାଧ୍ୟ ହୋଇ ଏହି ପରିବାର ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ମାଗିବା ସହିତ ଆମରଣ ଅନଶନରେ ବସିଛନ୍ତି । ପ୍ରଶାସନ ରାସ୍ତା ଦେଇ ପୁଣି ଛଡେଇ ନେଇଥିବାରୁ ଏବେ ସବୁଦିନିଆ ରାସ୍ତା ନଦେଲେ ଆମରଣ ଅନଶନ ଚାଲିବ ବୋଲି ଅନଶନକାରୀ କହିଛନ୍ତି ।

You Can Read:

ରାଜ୍ୟରେ ବର୍ତ୍ତମାନ କୌଣସି ବି ସୂତା କଳ କାର୍ଯ୍ୟକ୍ଷମ ନାହିଁ : ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.