ଭାର୍ଗବୀ ନଦୀରୁ ମୃତଦେହ ଉଦ୍ଧାର, ପକେଟ୍‌ରୁ ମିଳିଲା ଆଧାର କାର୍ଡ ଓ ଫଟୋ

Published By : Prameya-News7 Bureau | September 19, 2024 IST

ବାଲିପାଟଣା ୧୯।୯: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ମାହାଲାସାହି ଗ୍ରାମ ନିକଟ ଭାର୍ଗବୀ ନଦୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ହେଉଛନ୍ତି ଫରେଷ୍ଟ ପାର୍କର ବିରଞ୍ଚି ମହାନ୍ତି । ନଦୀରେ ମୃତଦେହଟି ଭାସି ଆସିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ବିରଞ୍ଚିଙ୍କ ପକେଟ୍ ରୁ ଆଧାର କାର୍ଡ ଏବଂ ଅନ୍ୟ ଆଇ.ଡି. କାର୍ଡ ମିଳିବା ପରେ ମୃତଦେହ ଚିହ୍ନଟ ହୋଇଛି । ପୋଲିସ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଛି ।

You Can Read:

ରାଜ୍ୟରେ ମୋହନ ସରକାରକୁ ପୁରୁଛି ୧୦୦ ଦିନ, ମୁଖ୍ୟମନ୍ତ୍ରୀ କହିଲେ- ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.