ସମ୍ବଲପୁର ଜୁ'ରେ ସଂଖ୍ୟା କମାଇବା ପାଇଁ ପ୍ରୟାସ : ଡେବ୍ରିଗଡ ସ୍ଥାନାନ୍ତର ହେଲେ ୧୨ ଚିତ୍ରା ହରିଣ

Published By : Prameya-News7 Bureau | July 16, 2024 IST

ସମ୍ବଲପୁର ୧୬: ସେଣ୍ଟ୍ରାଲ ଜୁ' ଅଥୋରିଟି ଅନୁମତି ଓ ରାଜ୍ଯ ବନ୍ଯପ୍ରାଣୀ ତତ୍ତ୍ବାବଧାରକଙ୍କ ସୂଚନା କ୍ରମେ ଡେବ୍ରିଗଡ ଅଭୟାରଣ୍ଯକୁ ହରିଣ ସ୍ଥାନାନ୍ତର ଆରମ୍ଭ । ମଙ୍ଗଳବାର ପ୍ରଥମ ଦିନରେ ଭୋର ୩ଟାରେ ୧୨ ଚିତ୍ରା ହରିଣଙ୍କୁ ସମ୍ବଲପୁର ଜୁରୁ ଡେବ୍ରିଗଡ ସ୍ଥାନାନ୍ତର କରାଯାଇଥିବା ବେଳେ ପର୍ଯ୍ଯାୟ କ୍ରମେ ସମୁଦାୟ ୧୧୫ ଚିତ୍ରା ହରିଣ ଡେବ୍ରିଗଡ ଅଭୟାରଣ୍ଯ ଯିବେ । ସମ୍ବଲପୁର ଜୁ' ବା ଡିୟର ପାର୍କରୁ ଏହି ୧୧୫ ଚିତ୍ରା ହରିଣଙ୍କୁ ଡେବ୍ରିଗଡ ସ୍ଥାନାନ୍ତର କରାଯିବ । ଏନେଇ ଡେବ୍ରିଗଡ ଅଭୟାରଣ୍ଯ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି । 

ସମ୍ବଲପୁର ଜୁ'ରେ ସଂଖ୍ଯା କମାଇବା ସହ ସଂଖ୍ଯା ସମତୁଳ ରଖିବା ପାଇଁ ଏହି ପ୍ରୟାସ କରାଯାଇଛି । ତେବେ ସ୍ଥାନାନ୍ତର ପରେ ଆସନ୍ତା ମାସେ ଯାଏଁ ଏହି ହରିଣମାନେ ସେଠାରେ କ୍ବାରେଣ୍ଟାଇନରେ ରହିବେ । 

ତେବେ ଏହାସହ ଡେବ୍ରିଗଡ ଅଭୟାରଣ୍ଯକୁ ୩ଟି ବାଘ ଆସିବା ନେଇ ପୂର୍ବରୁ ଅନୁମତି ମିଳିଥିବା ବେଳେ ଅନ୍ଯ ଜୁ'ରୁ ସମ୍ବଲପୁର ଜୁ' ମଧ୍ଯ ୪ଟି ମହାବଳ ଆସିବା ନେଇ ଅନୁମତି ମିଳିଥିବା ଅଂଶୁପ୍ରଜ୍ଞା ଦାଶ କହିଛନ୍ତି । ଏହାସହ ୪ଟି କୁମ୍ଭୀର ମଧ୍ଯ ଜୁ' କୁ ଆସିବେ ବୋଲି ସେ କହିଛନ୍ତି  ।

You Can Read:

ରଥ ଉପରେ ଅଣ ସେବାୟତ ଚଢିବା ଘଟଣା : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.