ହତ୍ୟା ପରେ ଆତ୍ମହତ୍ୟା, ଦିଲ୍ଲୀରେ ମହିଳାଙ୍କୁ ମାରି ଚରମ ନିଷ୍ପତ୍ତି ନେଲେ ଯୁବକ

Published By : Prameya-News7 Bureau | July 28, 2023 IST

ନୂଆଦିଲ୍ଲୀ ୨୮।୦୭: ରାଜଧାନୀ ଦିଲ୍ଲୀରେ ଗୁରୁବାର ଅର୍ଥାତ୍‌ ୨୭ ତାରିଖ ଦିନ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ଦ୍ୱାରକା ଜିଲ୍ଲାର ଡାବଡି ଅଞ୍ଚଳରେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ଏହି ଘଟଣା ଗୁରୁବାର ରାତି ୮.୪୫ ରେ ଘଟିଥିଲା। ପୋଲିସ କହିଛି ଯେ ରେନୁ ନାମକ ଜଣେ ୪୨ ବର୍ଷୀୟା ମହିଳାଙ୍କୁ ତାଙ୍କ ଘର ନିକଟରେ ଗୁଳି କରାଯାଇଥିଲା। ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହେଇାଥିଲା। ରେନୁ ଜଣେ ଗୃହିଣୀ ଥିଲେ। ସେ ସ୍ୱାମୀ ଏବଂ ତିନି ସନ୍ତାନଙ୍କ ସହ ରହୁଥିଲେ। ମୃତ ମହିଳାଙ୍କ ସ୍ୱାମୀ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି।

ମହିଳାଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ସଙ୍ଗେ ସଙ୍ଗେ ଅନେକ ପୋଲିସ ଟିମ୍ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲେ। ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ସ୍କାନ କରିବା ପରେ ପୋଲିସ ମଧ୍ୟ ଲୋକଙ୍କୁ ପଚରାଉଚରା କରି ଅଭିଯୁକ୍ତର ଘରେ ପହଞ୍ଚିଥିଲେ। ସେତେବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତ ଘରର ଛାତ ଉପରେ କିଛି ସମୟ ପୂର୍ବରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି।

wp:html /wp:html

ପୋଲିସ କହିଛି ଯେ ଅଭିଯୁକ୍ତ ୨୪ ବର୍ଷିୟ ଆଶିଷ ବୋଲି ଜଣାପଡିଛି। ଆଶିଷ ଏବଂ ରେଣୁ ପରସ୍ପରକୁ ଜାଣିଥିଲେ। ସେମାନେ କିଛି ବର୍ଷ ପୂର୍ବେ ସମାନ ଜିମ୍ ଯାଉଥିଲେ। ଆଶିଷ ମହିଳାଙ୍କୁ ଗୁଳି କରି ଆତ୍ମହତ୍ୟା କରିଥିବା ବିଷରେ ପୋଲିସ ଏପର୍ଯ୍ୟନ୍ତ ଜାଣିପାରି ନାହିଁ। ଏହା ବିଷୟରେ ପୋଲିସ ବର୍ତ୍ତମାନ ତଦନ୍ତ କରୁଛି।

wp:embed {"url":"https://www.prameyanews7.com/20-people-were-also-wounded-in-the-attack-in-syria/","type":"wp-embed","providerNameSlug":"prameya-news-7"}
https://www.prameyanews7.com/20-people-were-also-wounded-in-the-attack-in-syria/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.