ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ:ଏବେ ସୁଦ୍ଧା୨୩୫ ରୋଗୀ ଚିହ୍ନଟ,କାହାର ମୃତ୍ୟୁ ହୋଇନି

Published By : Prameya-News7 Bureau | June 10, 2024 IST

ଭୁବନେଶ୍ବର୧୦/୬: ପୁଣି ଡରାଇଲାଣି ଡେଙ୍ଗୁ । ଚଳିତ ବର୍ଷ ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଡେଙ୍ଗୁ ରୋଗୀ । ସେଥିରୁ ରବିବାର ଆସିଛି ୩ଟି କେସ୍‌ । ପୁରୀରୁ ୨ଜଣ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ବରରୁ ଜଣେ ଚିହ୍ନଟ ହୋଇଛନ୍ତି । ୨୩୫ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ସର୍ବାଧିକ ୬୫ ଜଣ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । କଟକରୁ ୧୯ ଜଣ ଚିହ୍ନଟ ହୋଇଥିବାବେଳେ ମାଲକାନଗିରିରୁ ୧୭ ରୋଗୀ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

ତେବେ ଚଳିତ ବର୍ଷ କୌଣସି ଡେଙ୍ଗୁ ମୃତ୍ୟୁ ହୋଇନି । ଡେଙ୍ଗୁ ମୁକାବିଲା ପାଇଁ ସ୍ବତନ୍ତ୍ର ଡ୍ରାଇଭ କରାଯାଉଛି । ଡେଙ୍ଗୁ ନେଇ ସତର୍କ ରହିବାକୁ ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସବୁ ସିଡିଏମ୍‌ଓଙ୍କୁ କୁହାଯାଇଛି । ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାକୁ ଆଲର୍ଟ କରାଯାଉଛି । ପ୍ଲେଟଲେଟ ଉପଲବ୍ଧ କରିବାକୁ କୁହାଯାଉଛି । ଏ ସଂପର୍କରେ ହସ୍‌ପିଟାଲ ଗୁଡିକୁ ଟ୍ରେନିଂ ମଧ୍ୟ ଦିଆଯାଉଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.