ଭଦ୍ରକ ହିଂସା ଘଟଣାର ସମୀକ୍ଷା କଲେ ଡିଜିପି, ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟ ଦେଖି ପୋଲିସକୁ ଜଣାଇବାକୁ ଅପିଲ୍

Published By : Prameya-News7 Bureau | October 01, 2024 IST

ଭଦ୍ରକ ୧।୧୦: ଭଦ୍ରକ ହିଂସା ଘଟଣାରେ ପୋଲିସ ମହାନିର୍ଦ୍ଦେଶକ ୱାଈ.ବି. ଖୁରାନିଆ ଓ ଆଇନଶୃଙ୍ଖଳା ଅତିରିକ୍ତ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ସମୀକ୍ଷା କରିଛନ୍ତି । ଭଦ୍ରକ ଓ ଧାମନଗରରେ ଉଭୟ ସ୍ଥିତି ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଡିଜିପି କହିଛନ୍ତି, ସ୍ଥିତି ନିୟନ୍ତ୍ରଣରେ ଅଛି । ଦିନେ ଦୁଇ ଦିନରେ ସ୍ଵାଭାବିକ ହେବ । ଅଧିକାରୀଙ୍କ ସହ ଆଲୋଚନା କରିଛି । ୨୨ ତାରିଖରେ ଘଟଣା ପରେ ପୋଲିସ ସଜାଗ ହୋଇଛି । ୫ଟି ଥାନା ଅଞ୍ଚଳ ପ୍ରଭାବିତ ହୋଇଛି । ପୋଲିସ ଓ ରାପିଡ ଆକ୍ସନ ଫୋର୍ସ ନିୟମିତ ପାଟ୍ରୋଲିଂ କରୁଛନ୍ତି । ସୋସିଆଲ ମିଡ଼ିଆରେ ଭୁଲ୍ ପୋଷ୍ଟ ହେଉଥିବା ଆମ ନଜରକୁ ଆସୁଛି । ଆପତ୍ତିଜନକ ପୋଷ୍ଟ ଦେଖିଲେ ପୋଲିସକୁ ଜଣାନ୍ତୁ । ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିଜିପି କହିଛନ୍ତି ।


You Can Read:

କୋରୁକୋଣ୍ଡା ବ୍ଲକ୍ ଅଧ୍ୟକ୍ଷ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ : ସମିତି ସଭ୍ୟସଭ୍ୟା ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.