ଦରମା ବିଲ୍‌ରେ ଦସ୍ତଖତ କରିବାକୁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରାପଡିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ

Published By : Prameya-News7 Bureau | July 19, 2024 IST

ଆନନ୍ଦପୁର : ଭିଜିଲାନ୍ସ ଜାଲରେ ଧରାପଡିଲେ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ରଞ୍ଜୀବ କୁମାର ରାଉତ । ନିଜ ଅଧିନରେ କାର୍ଯ୍ଯରତ ଯୋଗ ପ୍ରଶିକ୍ଷକ ଠାରୁ ୨୦ ହଜାର ୮୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ମାଡିବସିଲା ଭିଜିଲାନ୍ସ ଟିମ୍ । ପ୍ରତିଥର ଦରମା ସମୟରେ ଯୋଗ ପ୍ରଶିକ୍ଷକ ଦେବବ୍ରତ ସାହୁଙ୍କ ଠାରୁ ଦରମାର ୨୦ ପ୍ରତିଶତ ଲାଞ୍ଚ ନନେଲେ ଦରମା ବିଲ୍‌ରେ ଦସ୍ତଖତ ମାରୁନଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । 

ତେବେ ଗତ ୨ ମାସ ଦରମା ବାକି ରହିଥିବା ବେଳେ ଦରମାର ୨୦ ପ୍ରତିଶତ ୧୦ ହଜାର ୮୦୦ ଓ କିଛି ଦିନ ତଳେ ସାଇଁକୁଳ ଠାରେ ଯୋଗ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବା ଦେବବ୍ରତଙ୍କ ଭଉଣୀଙ୍କ ନିଯୁକ୍ତି ଲାଞ୍ଚ ବାବଦ ବକେୟା ୧୦ ହଜାର ଟଙ୍କା ଦେବବ୍ରତଙ୍କ ଠାରୁ ଡାକ୍ତର ରଞ୍ଜୀବ ରାଉତ ଗ୍ରହଣ କରିଥିଲେ । ଏହି ସମୟରେ ମାଡି ବସିଥିଲା ଭିଜିଲାନ୍ସ । ଡାକ୍ତର ରଞ୍ଜୀବ ସାଇଁକୁଳ ଠାରେ ନିଯୁକ୍ତ ୩ ଜଣ ଯୋଗ ପ୍ରଶିକ୍ଷକଙ୍କ ଠାରୁ ୨୦ ହଜାର ଲେଖାଏଁ ଲାଞ୍ଚ ନେଇ ନିଯୁକ୍ତି ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଡାକ୍ତର ରଞ୍ଜୀବକୁ ଗିରଫ ପରେ କେନ୍ଦୁଝର ଭିଜିଲାନ୍ସ କାର୍ଯ୍ଯାଳୟକୁ ନେଇ ଜେରା ଚଳାଇଛି ଭିଜିଲାନ୍ସ ବିଭାଗ । ଆଜିର ଏହି ଚଢାଉରେ ଭଦ୍ରକ ଓ କେନ୍ଦୁଝର ଭିଜିଲାନ୍ସ ବିଭାଗ ତରଫରୁ ମିଳିତ ଚଢାଉ ହୋଇଥିଲା ।

You Can Read:

ଅବପାତରେ ପରିଣତ ହେଲା ସୁଦୃଶ ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.