ଭୁବନେଶ୍ବର ୧୦।୧୨: ବିଧାନସଭା ଶୂନ୍ୟକାଳରେ ବିଜେପି ସରକାରଙ୍କ ମହିଳା ସଶକ୍ତିକରଣ ନେଇ ଟାର୍ଗେଟ୍ କଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ l ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା ଦେବେ ବୋଲି କହିଲେ l ସରକାରକୁ ଆସିଲା ପରେ ୫ ବର୍ଷରେ ୫୦ ହଜାର ଦେବ ବୋଲି କହିଲେ । ଏହା କ’ଣ ମହିଳାଙ୍କୁ ଭଣ୍ଡାଇଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର ।
ବିଜେପି ସରକାର ଯେଉଁଠି ଡବଲ ଇଞ୍ଜିନ ସରକାର ଅଛି, ସେଠି ମହିଳା ମାନଙ୍କ ପାଇଁ ଡବଲ ଷ୍ଟାଣ୍ଡାର୍ଡ ନୀତି ଗ୍ରହଣ କରୁଛନ୍ତି । ହରିୟାଣାରେ ଡବଲ ଇଞ୍ଜିନ ସରକାର ୨୧୦୦ ଶହ ଦେଉଛନ୍ତି, ଓଡ଼ିଶାରେ ଦିନକୁ ୨୭ ଟଙ୍କା ଦେଉଛନ୍ତି l ୨୭ ଟଙ୍କାରେ କେଉଁ ମହିଳା ଉଦ୍ୟୋଗୀ ହେବେ l ବିଜେପିର ଯେଉଁ ମୁଁହରେ ଅରୁଆ ସେହି ମୁଁହରେ ଉଷୁନା l ଡବଲ ଇଞ୍ଜିନ ସରକାରରେ ଡବଲ ଷ୍ଟାଣ୍ଡାର୍ଡ ନୀତି ଛାଡ଼ନ୍ତୁ l ଉପ ମୁଖ୍ୟମନ୍ତ୍ରୀ ଓ ସରକାରୀ ଦଳର ସଦସ୍ୟମାନେ ବାଃ ବାଃ ନେଉଛନ୍ତି । ସରକାର ମାସକୁ ମାତ୍ର ୮୮୩ ଟଙ୍କା ଦେଇ କିପରି ସଶକ୍ତ କରିବେ ବୋଲି ରଣେନ୍ଦ୍ର କହିଛନ୍ତି ।
You Can Read:
ନଭେମ୍ବର ସୁଦ୍ଧା ଆସିଛନ୍ତି ୪ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ, ନଳବଣକୁ ଆସିଛନ୍ତି ୨ଲକ୍ଷ ପକ୍ଷୀ