ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା : ଜଣେ ଡ୍ରାଇଭର ମୃତ, ଜଣେ ଡ୍ରାଇଭର ଗୁରୁତର

Published By : Prameya-News7 Bureau | June 19, 2024 IST

ଭଦ୍ରକ ୧୯।୬:  ଦୁଇ ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ବହୁଦରଡା ଛକ ନିକଟରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । 

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ବହୁଦରଡା ଛକ ନିକଟରେ ରାଜପଥ ମରାମତି ପାଇଁ ଗୋଟିଏ ପାର୍ଶ୍ଵ ରାଜପଥ ବନ୍ଦ ରହିଛି । ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ କରୁଥିବାରୁ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଗୋଟିଏ ଗାଡିର ଡ୍ରାଇଭରକୁ ମୃତ ଘୋଷଣା କରାଯାଇଛି । ଘଟଣା ସ୍ଥଳର ପୋଲିସ ପହଞ୍ଚି ସ୍ଥିତି ସମ୍ଭାଳିଛି । ଏପରିକି ଘଟଣା ପରେ ପରେ ଅନେକ ସମୟ ପର୍ଯ୍ୟନ୍ତ ଗାଡି ଚଳାଚଳ ବାଧାପ୍ରାପ୍ତ ହେବା ସହ ପୋଲିସ ପହଞ୍ଚି ଗାଡି ଚଳାଚଳ ସ୍ଵାଭାବିକ କରିଛି । ମୃତକଙ୍କ ପରିଚୟ ମିଳିନଥିବା  ବେଳେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।

You Can Read :

ସତୀଶ ଚନ୍ଦ୍ର ସାମଲ ହେଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ, ବିନୋଦ ବିହାରୀ ସିଂହଙ୍କୁ ସିଏମ୍‌ଓରେ ନିଯୁକ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.