କୁଚିଣ୍ଡା ୨୩।୭: କଣ୍ଟେନର ଓ ଟ୍ରେଲର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ କଣ୍ଟେନର ଚାଳକଙ୍କ ମୃତ୍ୟୁ । ମୃତ ଚାଳକ ଜଣକ ମହାରାଷ୍ଟ୍ର ବୁଲଦାନା ଅଞ୍ଚଳର ଶାହରୁଖ ଜେ ସାହା ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର ବଡରମା ଘାଟିରେ ଦୁର୍ଘଟଣା । କଣ୍ଟେନର ଓ ଟ୍ରେଲର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଗାଡ଼ିରେ ଚାପି ହୋଇ ଚାଳକଙ୍କ ମୃତ୍ଯୁ ହୋଇଛି । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ତେବେ ଟ୍ରେଲର ଚାଳକ ଦୁର୍ଘଟଣା ପରେ ଫେରାର ହୋଇଯାଇଛି ।
ଝିପି ଝିପି ବର୍ଷା ସାଙ୍ଗକୁ ଘାଟି ରାସ୍ତାରେ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି । ବହୁ ସମୟ ଧରି ଜାତୀୟ ରାଜପଥ ଅବରୋଧ ହୋଇ ରହିଥିବା ବେଳେ ଧୀରେ ଧୀରେ ଯାନବାହାନ ଚଳାଚଳ ସ୍ୱାଭାବିକ ହେବାରେ ଲାଗିଛି ।
You Can Read: