ଅଗଷ୍ଟରେ କମ୍‌ ବର୍ଷା, ଭାଙ୍ଗିଲା ୧୨୩ ବର୍ଷର ରେକର୍ଡ

Published By : Prameya-News7 Bureau | August 29, 2023 IST

ଭୁବନେଶ୍ୱର ୨୯।୦୮:  ଚଳିତ ଅଗଷ୍ଟରେ ଗତ ୧୨୩ ବର୍ଷରେ ସବୁଠାରୁ କମ୍ ବର୍ଷା ରେକର୍ଡ ହୋଇଛି। ଚାଷ ପାଇଁ ଗୁରୁତ୍ବପୂର୍ଣ୍ଣ ମାସ ହେଉଛି ଅଗଷ୍ଟ। ହେଲେ ଏହି ମାସରେ ବି ବର୍ଷା ଉଭାନ। ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ଆଉ କିଛି ଅଞ୍ଚଳରେ ବର୍ଷାର ଅସମାନତା ଚାଷ ପାଇଁ ବିପଦ ସୃଷ୍ଟି କରିଛି ।

wp:embed {"url":"https://www.prameyanews7.com/weather-update-in-odisha-today-3/","type":"wp-embed","providerNameSlug":"prameya-news-7"}
https://www.prameyanews7.com/weather-update-in-odisha-today-3/
/wp:embed

ଚଳିତ ଅଗଷ୍ଟ ମାସରେ ୧ରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ୨୯୮.୬ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୩୩୩.୫ ମିମି ତୁଳନାରେ ପାଖାପାଖି ୧୦% କମ। ଗତ ୫ ବର୍ଷର ଅଗଷ୍ଟମାସର ବର୍ଷାକୁ ବିଚାରକୁ ନେଲେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି, ତାହା ସଙ୍କେତ ଦେଉଛି ଯେ ପାଗରେ ବଡ଼ ପରିବର୍ତ୍ତନ ହେଲାଣି। ୨୦୧୭ ପରଠାରୁ ମୌସୁମୀ ବର୍ଷାର ଚିତ୍ରକୁ ଦେଖିଲେ, ଅଗଷ୍ଟ ଶେଷ ସୁଦ୍ଧା ଅନୁଭୂତ ହେଉଥିବା ବର୍ଷାକୁ ଦ୍ୱିତୀୟ ନିଅଣ୍ଟିଆ ବର୍ଷ ବୋଲି ଗଣନା କରାଯାଇପାରିବ।

ରାଜ୍ୟରେ ମୌସୁମୀ ପ୍ରବାହ ପାଖାପାଖି ୧୧ ଦିନ ଦୁର୍ବଳ ରହିଛି। ଏଣେ ଏଭିତରେ ଆଉ ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି। କିଛି ମଡେଲ୍ କହୁଛି, ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଯାଇପାରେ। କାରଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପରିବେଶ ଏବେଠାରୁ ଧୀରେ ଧୀରେ ଅନୁକୂଳ ହେଉଛି। ଏମିତି ଘଟିଲେ ରାଜ୍ୟରେ ଧାନ ଅମଳ କମିବା ସହ ଖରିଫ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କାକୁ ଏଡ଼ାଇ ହେବନାହିଁ।

wp:embed {"url":"https://www.prameyanews7.com/ganguly-selected-the-final-eleven-for-asia-cup-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ganguly-selected-the-final-eleven-for-asia-cup-2023/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.