ସହରରୁ ଡମ୍ପିଂ ୟାର୍ଡ ଓ କମ୍ପୋଷ୍ଟ ପ୍ଲାଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ, ଏପର୍ଯ୍ୟନ୍ତ ବିକଳ୍ପ ସ୍ଥାନ ନିର୍ଦ୍ଧାରିତ କରିପାରିନି ସିଏମ୍‌ସି

Published By : Prameya-News7 Bureau | January 29, 2025 IST

କଟକ ୧: କଟକ ସହରରେ ଡମ୍ପିଂ ୟାର୍ଡ ପାଇଁ ସିଏମ୍‌ସିକୁ ବାରଣ କରିଥିଲେ ହାଇକୋର୍ଟ । ଡମ୍ପିଂ ୟାର୍ଡ ଓ କମ୍ପୋଷ୍ଟ ପ୍ଲାଣ୍ଟ ପାଇଁ ବିକଳ୍ପ ସ୍ଥାନ ନିର୍ଦ୍ଧାରଣ କରିବାକୁ ଦେଇଥିଲେ ନିର୍ଦ୍ଦେଶ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ବିକଳ୍ପ ସ୍ଥାନ ନିର୍ଦ୍ଧାରିତ କରିପାରିନି ସିଏମ୍‌ସି । ଏବେବି ଶହ ଶହ ଟନ୍ ଆବର୍ଜନା ଗଦା କରିଚାଲିଛି ସିଏମ୍‌ସି । 

ସହର ଭିତରେ ସତୀଚଉରା ଡମ୍ପିଂ ୟାର୍ଡ ସହ ରହିଛି ୧୩ଟି କମ୍ପୋଷ୍ଟ ପ୍ଲାଣ୍ଟ । ଯେଉଁଠି ଆବର୍ଜନା ଗଦା ହେବା ଯୋଗୁଁ ଗନ୍ଧମୟ ହେଉଛି ସମ୍ପୃକ୍ତ ଅଞ୍ଚଳ । ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହେଉଛି । ଗତ ଜାନୁଆରୀ ୧୬ ତାରିଖରେ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରିଥିଲେ ହାଇକୋର୍ଟ । ତୁରନ୍ତ ସହର ମଧ୍ୟରୁ ଡମ୍ପିଂ ୟାର୍ଡ ଓ କମ୍ପୋଷ୍ଟ ପ୍ଲାଣ୍ଟ ହଟାଇବାକୁ ହାଇକୋର୍ଟ ସିଏମ୍ସିକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଦିଗରେ ସିଏମସି ତତ୍ପରତା ଦେଖାଉନଥିବା ଭଳି ମନେ ହେଉଛି । ହାଇକୋର୍ଟଙ୍କ ନିର୍ଦ୍ଦେଶର ୧୩ ଦିନ ପରେ ଯଥା ପୂର୍ବଂ ତଥା ପରମ୍ ସ୍ଥିତି ।

ସେପଟେ ଏ ନେଇ ସଫେଇ ଦେଇଛି ସିଏମ୍‌ସି । କର୍ତ୍ତୃପକ୍ଷଙ୍କ କହିବା କଥା ଡମ୍ପିଂ ୟାର୍ଡ ପାଇଁ ବିକଳ୍ପ ସ୍ଥାନ ଖୋଜା ଚାଲିଛି । ତେବେ ସିଏମ୍‌ସି ବିକଳ୍ପ ସ୍ଥାନ ଖୋଜିବା ବାହାନାରେ ଦିନ ଗଡାଇ ଚାଲିଛି । ଯାହା ଫଳରେ ସ୍ଥାନୀୟ ଲୋକେ ନର୍କ ଯନ୍ତ୍ରଣାରୁ ତ୍ରାହି ପାଇପାରୁ ନାହାନ୍ତି ।

ସହରର ଆବର୍ଜନାରୁ ଖତ ତିଆରି ପାଇଁ ଜନବସତି ଭିତରେ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ତିଆରି ପାଇଁ ସିଏମ୍‌ସିର ତତ୍କାଳୀନ କମିଶନର ନିଷ୍ପତ୍ତି ନେଇଥିଲେ, ଯାହା ଏବେ ସାରା ସହର ପାଇଁ ସମସ୍ୟା ପାଲଟିଛି ।

You Can Read:

ଯୁବକଙ୍କୁ ଅପହରଣ କରି ୩ କୋଟି ଟଙ୍କା ଦାବି ଘଟଣା : ୬ ଜଣଙ୍କୁ ଗିରଫ କଲା ଟାଉନ୍ ଥାନା ପୋଲିସ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.