ଜଙ୍କିଆ ଗୋଡିପଡ଼ାରେ ହାତୀ ଉପଦ୍ରବ, ଚାଷୀଙ୍କ କ୍ଷତିପୂରଣ ଦାବି

Published By : Prameya-News7 Bureau | December 01, 2023 IST

ଖୋର୍ଦ୍ଧା ୦୧।୧୨ : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଗୋଡିପଡ଼ା ଥାନା ଅଞ୍ଚଳରେ ହାତୀ ଉପଦ୍ରବ । ୨୨ ଟିକିଆ ହାତୀପଲଙ୍କ ଉପଦ୍ରବରେ ଚିନ୍ତାରେ ସ୍ଥାନୀୟ ଲୋକେ । କ୍ଷତିପୁରଣ ପାଇଁ ଚାଷୀମାନେ ଦାବି କରିଛନ୍ତି।

wp:embed {"url":"https://www.prameyanews7.com/farmers-of-mahibroad-range-of-dhenkanal-district-dies-in-elephant-attack/","type":"wp-embed","providerNameSlug":"prameya-news-7"}
https://www.prameyanews7.com/farmers-of-mahibroad-range-of-dhenkanal-district-dies-in-elephant-attack/
/wp:embed

ଖବର ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଦୁଇଟି ଦନ୍ତାହାତୀ ଗୋଡିପଡ଼ା ପଞ୍ଚାୟତରେ ପଶି ଉପଦ୍ରବ କରିଛନ୍ତି । ଯାହାଫଳରେ ବିଲରେ ଧାନ ଖାଇ ଫସଲ ନଷ୍ଟ ହୋଇଛି । ହାତୀମାନଙ୍କୁ ଘଉଡାଇବାରେ ବିଫଳ ବନ ବିଭାଗ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଉପଯୁକ୍ତ କ୍ଷତିପୁରଣ ପାଇଁ ଚାଷୀମାନେ ଦାବିକରିଛନ୍ତି। ତେବେ  ଦୀର୍ଘ ଦିନ ହେବ ଗୋଳବାଇ ଜଙ୍ଗଲରେ ୨୨ଟିକିଆ ହାତୀପଲ ରହିଛନ୍ତି । ସେଥିରୁ ଦୁଇଟି ହାତୀ ଆସି ଗୋଡିପଡ଼ା, ମୋଟା ଆଦି ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ।

wp:embed {"url":"https://www.prameyanews7.com/virat-kohli-may-be-take-a-break-from-white-ball-format/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-may-be-take-a-break-from-white-ball-format/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.