ପୁଣି ଡାଉନ ହେଲା ଏଲନ ମସ୍କଙ୍କ ‘X’, ଗୋଟିଏ ଦିନରେ ତୃତୀୟ ଥର ଦେଖାଗଲା ସମସ୍ୟା

Published By : Prameya-News7 Bureau | March 10, 2025 IST

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ‘ ଏକ୍ସ’ ସମଗ୍ର ଦୁନିଆରେ ପୁଣି ଥରେ ଡାଉନ  ହୋଇଛି। ସୋମବାର ତୃତୀୟ ଥର ଏକ୍ସ ଠପ୍ ହୋଇ ଯାଇଛି, ଯେଉଁ କାରଣରୁ ୟୁଜର୍ସ ଲଗ୍ ଇନ ବି କରି ପାରି ନାହାନ୍ତି। ଡାଉନ ଡିଟେକ୍ଟର ଓ୍ଵେବସାଇଟ୍‌ରେ ଅନେକ ୟୁଜର୍ସ ଏ ନେଇ ଅଭିଯୋଗ କରିଛନ୍ତି। 

ଡାଉନ ଡିଟେକ୍ଟର ଓ୍ଵେବସାଇଟ୍ ଅନୁସାରେ ସୋମବାର  ପ୍ରଥମ ଥର ଅପରାହ୍ଣ ୩ଟା ୩୦ରେ ଓ୍ଵେବସାଇଟ୍‌ରେ ସମସ୍ୟା ଆସିଥିଲା। ପୁଣି ସନ୍ଧ୍ୟା ୭ଟାରେ ଲୋକଙ୍କୁ ଲଗ ଇନ କରିବାରେ ସମସ୍ୟା ଉପୁଜିଥିଲା। ପୁଣି ତୃତୀୟ ଥର ରାତି ୮ଟା ୪୪ରେ ପୁଣି ଥରେ ଏକ୍ସ ଡାଉନ ହୋଇ ଯାଇଛି। ଅଲଗା ଅଲଗା ସ୍ଥାନରେ ଲୋକଙ୍କୁ ଆପ୍ ଓ ସାଇଟ୍‌ରେ ସମସ୍ୟା ଦେଖିବାକୁ ମିଳିଛି। 

ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା, ଭାରତ ସମେତ ଅନେକ ଦେଶରେ ଏକ୍ସ ଡାଉନ ହେବାର ଅଭିଯୋଗ ହୋଇଛି। ସମଗ୍ର ବିଶ୍ଵରେ ୪୦ ହଜାରରୁ ଅଧିକ ଉପଯୋଗକର୍ତ୍ତା ଅଭିଯୋଗ କରିଛନ୍ତି। ୫୬ ପ୍ରତିଶତ ଉପଯୋଗକର୍ତ୍ତା  ଆପ୍‌ରେ ହିଁ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ୩୩ ପ୍ରତିଶତ ଓ୍ଵେବସାଇଟ୍‌ରେ ଲଗଇନ୍ କରି ପାରି ନାହାନ୍ତି। 

Also read: ଇଂଲଣ୍ଡ ନର୍ଥ ସି ରେ ଭୀଷଣ ଦୁର୍ଘଟଣା, ଧକ୍କା ଲାଗି ଜଳିଗଲେ ୨ ଜାହାଜ, ୨୦ରୁ ଅଧିକ ନାବିକ ହତାହତ

ଏ ପର୍ଯ୍ୟନ୍ତ ଓଡ଼ିଶାରେ ଏକ୍ସ ସାଇଟ୍ ଠିକ୍‌ରେ ଖୋଲୁନି କି ଲଗଇନ୍ ହୋଇ ପାରୁନି। ଦେଶର ଅନେକ ଭାଗରେ ଏହି ସମାନ ସମସ୍ୟା ଦେଖିବାକୁ ମିଳିଛି। ଏଥିରେ ୟୁଜର୍ସ ନିରାଶ ବ୍ୟକ୍ତ କରିବା ସହ କମ୍ପାନି ଏ ସମସ୍ୟା ପ୍ରତି ସମ୍ବେଦନଶୀଳ ନ ଥିବା କହିଛନ୍ତି। ତେବେ କେଉଁ କାରଣ ପାଇଁ ଆଜି ବାରମ୍ବାର ଏକ୍ସ ଡାଉନ୍ ହୋଇଛି ତାର କାରଣ ସ୍ପଷ୍ଟ ଜଣା ପଡ଼ିନି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.